Top Stories

Search here...

News

 ରାଜ୍ୟରେ କଡ଼ାକଡ଼ି ହେଲା କରୋନା କଟକଣା: ପର୍ବପର୍ବାଣୀରେ କେବଳ ନୀତିକାନ୍ତି ହେବ 

Posted On - 3 weeks ago
Edited By Team BbsrReporters
LAST UPDATED Apr 20, 2021 09:00 PM

ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ଏବଂ ରାମନବମୀ ଇତ୍ୟାଦି ଭଳି ପର୍ବପର୍ବାଣୀ ଉପରେ କଟକଣା ଲଗାଯାଇଛି  । 

 

BBSR Reporters

 

ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣା ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଆଗକୁ ଆସୁଥିବା ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।  ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ଏବଂ ରାମନବମୀ ଇତ୍ୟାଦି ଭଳି ପର୍ବପର୍ବାଣୀ ଉପରେ କଟକଣା ଲଗାଯାଇଛି  । ଅଧିକ ଜନଗହଳି ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । 


 ରାଜ୍ୟର ସବୁଠାରେ ଏହି ସବୁ ପର୍ବପର୍ବାଣୀରେ ଶ୍ରଦ୍ଧାଳୁଙ୍କ ପାଇଁ  କଟକଣା ଲଗାଯାଇଛି। କୋଭିଡ୍ ନିୟମ ମାନି କେବଳ  ନୀତିକାନ୍ତି ହେବ । କୋଭିଡ ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରାଯାଇଛି।  ମନ୍ଦିର, ଚର୍ଚ୍ଚ ଖୋଲା ରହିବ କିନ୍ତୁ କେତେ ଲୋକଙ୍କୁ ଅନୁମତି ମିଳିବ ସ୍ଥିତି ଦେଖି ସେନେଇ ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ ନିଷ୍ପତ୍ତି ନେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଦୋଳପୂର୍ଣ୍ଣମୀ, ହୋଲି ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ରାସ୍ତାରେ ହୋଲି ଖେଳିବାକୁ ବାରଣ କରିବା ସହ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଥିଲେ ।

 

ସୂଚାନଯୋଗ୍ୟ, ରାଜ୍ୟକୁ ପୁଣି  କରୋନାର  ନୂଆ ଷ୍ଟ୍ରେନ୍‍ର ଭୟ ଭିତରେ ହଠାତ୍‍ ସଙ୍କାମିତଙ୍କ  ସଂଖ୍ୟା ପୁଣି ଭୟ ସୃଷ୍ଟି କରିଛି। ଗତ ୩ ମାସ ପରେ ରାଜ୍ୟରେ ଗତକାଲି ପ୍ରଥମ ଥର ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଆଜି ମଧ୍ୟ ୨୦୦ ପାର୍‌ କରିଛି ସଂକ୍ରମଣ। ବୁଧବାର ଦିନ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା ବୃଦ୍ଧି ପାଇ ୨୧୪ରେ ପହଞ୍ଚିଥିଲା ଏବଂ ଶୁକ୍ରବାର ଏହି ସଂଖ୍ୟା ୨୩୪ରେ ପହଞ୍ଚିଥିଳା।  ଯଦି କୋଭିଡ୍ ନିୟମ ନମାନି ଏହାକୁ ଯିଏ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି ଜାରି କରିଥିବା ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ଏହା ଉପରେ ନଜର ରଖିବାକୁ ଜିଲ୍ଲାପ୍ରଶାସନ ଓ ମୁନିସପାଲ କର୍ତ୍ତୁପକ୍ଷଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Related News
satta king tw