Top Stories

Search here...

News

ଦ୍ୱିତୀୟ ଡୋଜ ଟିକା ନେବାରେ ଓଡ଼ିଶା ପଛୁଆ; ୩୬% ନେଇନାହାଁନ୍ତି ଦ୍ୱିତୀୟ ଡୋଜ

Posted On - 1 month ago
Edited By Team BbsrReporters
LAST UPDATED Oct 19, 2021 11:18 PM

ରାଜ୍ୟରେ ୬୪ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି  ।

 

BBSR Reporters

 


ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ଟିକାକରଣ ଏକ ମାତ୍ର ଉପାୟ କୁହାଯାଉଥିବା ବେଳେ ରାଜ୍ୟର ଟିକାକରଣକକୁ ନେଇ ଆସିଛି ଉଦବେଗଜନକ ଚିତ୍ର । ଦ୍ୱିତୀୟ ଡୋଜ ଟିକା ନେବାକୁ ଭୁଲି ଯାଉଛନ୍ତି ଲୋକେ । ସୂଚନା ମୁତାବକ ରାଜ୍ୟରେ ୬୪ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି  । ତେଣୁ ୨ୟ ଡୋଜ୍ ନେଇ ନଥିବା ଲୋକଙ୍କ ତାଲିକା ଜିଲ୍ଲା ସ୍ତରରେ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ମହାପାତ୍ର ।

 

ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଏବେ ସମୁଦାୟ ୨ କୋଟି ୬୭ ଲକ୍ଷ ଡୋଜ ଟିକା ଦିଆସରିଲାଣି । ସେମାନଙ୍କ ମଧ୍ୟରୁ ୬୪% ଅର୍ଥାତ ୧ କୋଟି ୯୮ ଲକ୍ଷ ପ୍ରଥମ ଡୋଜ ନେଇ ସାରିଲେଣି  । ହେଲେ ୨ୟ ଡୋଜ ମାତ୍ର ୬୮ ଲକ୍ଷ ଲୋକ ଅର୍ଥାତ ୨୮% ନେଇଛନ୍ତି ।


ପରିବାର କଲ୍ୟାଣ ନିଦେ୍ର୍ଧଶକ କହିଛନ୍ତି, ଦ୍ୱିତୀୟ ଡୋଜ ନେବାର ୩ ଦିନ ପୂର୍ବରୁ ସେମାନଙ୍କୁ ମେସେଜ ଯାଉଛି । ଏହାପରେ ଟିକା ପାଇଁ ନିର୍ଦ୍ଧାରିତ ଦିନ ବି ମେସେଜ ଯାଉଛି । ଚଳିତ ବର୍ଷ ଶେଷ ସୁଦ୍ଧା ଅତିକମ୍ରେ ସମସ୍ତଙ୍କୁ ପ୍ରଥମ ଡୋଜ ଦିଆଯିବାର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ  । ଲୋକଙ୍କୁ ଏଥିନିମନ୍ତେ ବ୍ୟାପକ ସଚେତନ କରାଯିବ ବୋଲି ସେ କହିଛନ୍ତି  ।

 

କେବଳ ଭୁବନେଶ୍ୱର ଓ ଗଞ୍ଜାମରେ କୋଭାକ୍ସିନ ଦିଆଯାଉଥିବା ବେଳେ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ କୋଭିସିଲ୍ଡ ଦିଆଯାଉଛି । କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅନ୍ତର ରହୁଛି । ଏହା ମଧ୍ୟରେ ପ୍ରଥମ ଡୋଜ ନେଉଥିବା ଲୋକ ଦ୍ୱିତୀୟ ଡୋଜ ନେଉ ନାହାନ୍ତି ଲୋକେ ।  ତେଣୁ ସବୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଟିକା କେନ୍ଦ୍ର ହିସାବରେ ଯାହାର ଦ୍ୱିତୀୟ ଡୋଜ ବାକି ଅଛି, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି  । ଏହାପରେ ସ୍ୱାସ୍ଥ୍ୟ କର୍ମୀଙ୍କ ଜରିଆରେ ସେମାନଙ୍କୁ କେନ୍ଦ୍ରକୁ ଆଣି ଟିକା ଦେବା ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।

Related News