Top Stories

Search here...

News

ମାଡୁଛି କରୋନା , ରାଜ୍ୟରେ ପୁଣି ଚିହ୍ନଟ ହେଲେ ୩୬୬୪ ଆକ୍ରାନ୍ତ

Posted On - 3 weeks ago
Edited By Team BbsrReporters
LAST UPDATED May 11, 2021 11:45 PM

ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୬୪ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ମାଡି ଚାଲିଛି କରନା  । ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୬୪ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ରେ ପହଂଚିଛି ।  ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଜଙ୍ଗେ ସୂଚନା ଦିଆଯାଇଛି  । 

 

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନ୍‌ରୁ ୨୧୨୭ ଓ ୧୫୩୭ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି  । ଅନୁଗୁଳରୁ ୫୯, ବାଲେଶ୍ୱରରୁ ୩୯, ବରଗଡ଼ରୁ ୨୧୦, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୬, କଟକରୁ ୧୯୮, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତିରୁ ୬୩, ଗଞ୍ଜାମରୁ ୬୬, ଜଗତସିଂହପୁରରୁ ୮, ଯାଜପୁରରୁ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

 

ସେହିପରି ଝାରସୁଗୁଡ଼ାରୁ  ୧୮୩, କଳାହାଣ୍ଡିରୁ ୩୨୪, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୭୦୪, କୋରାପୁଟରୁ ୩୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୨୨୧, ପୁରୀରୁ ୧୪୩, ରାୟଗଡ଼ାରୁ ୫୭, ସମ୍ୱଲପୁରରୁ ୧୯୯, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୪୦, ଷ୍ଟେଟ୍ ପୋଲ୍‌ରୁ ୧୫୫ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । 

 

ତେବେ ତଥ୍ୟ ଅନୁଯାୟୀ ରାଜ୍ୟରେ ଏଯାବତ ୩ ଲକ୍ଷ ୪୪ ହଜାର ୮୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ   ୨୧ ହଜାର ୪୩୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ  ରହିଛନ୍ତି ।

Related News