Top Stories

Search here...

News

ବଢୁଛି ବ୍ରାଉନସୁଗାର କାରବାର: ନଭେମ୍ବର ମାସରେ ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

Posted On - 1 month ago
Edited By Team BbsrReporters
LAST UPDATED Jan 12, 2022 02:02 AM

ଏହାକୁ ରୋକିବା ପାଇଁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ଅପରେସନ୍ ‘ହ୍ୱାଇଟ୍ ସ୍ପାଇଡ଼ର୍‌’ ଜାରି ରହିଛି । ନଭେମ୍ବର ମାସରେ ଏହି ଅପରେସନ ଜରିଆରେ ୧କିଲୋ ୬୨ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ।

 

 

BBSR Reporters

 


ଭୁବନେଶ୍ୱର: ରାଜଧାନୀରେ ବ୍ରାଉନସୁଗର କାରବାର ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ଅପରେସନ୍ ‘ହ୍ୱାଇଟ୍ ସ୍ପାଇଡ଼ର୍‌’ ଜାରି ରହିଛି । ନଭେମ୍ବର ମାସରେ ଏହି ଅପରେସନ ଜରିଆରେ ୧କିଲୋ ୬୨ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ।

 

 

ଏଥିସହ ୬ଟି ମାମଲାରେ ୧୨ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ନଗଦ ୧୦ହଜାର ୭୫୦ଟଙ୍କା, ୫ଟି ଦୁଇଚକିଆ ଯାନ, ୧ଟି ବୋଲେରୋ, ୭ଟି ମୋବାଇଲ ଫୋନ୍ ଜବତ ହୋଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ନଭେମ୍ବରରେ ସମୁଦାୟ ୧୨କିଲୋ ୭୦୦ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୫ ତାରିଖରୁ ଏହି ଅପରେସନ୍ ରାଜଧାନୀରେ ଆରମ୍ଭ ହୋଇଥିଲା ।

 

 

ଏପର୍ଯ୍ୟନ୍ତ ୨୨ଟି ବିଭିନ୍ନ ମାମଲାରେ ୫୪ଜଣ ନିଶାବେପାରୀଙ୍କୁ ଗିରଫ କରାଯାଇଛି । ଏହାସହ ସେମାନଙ୍କ ଠାରୁ ୩କିଲୋ ୧୪ଗ୍ରାମ ବ୍ରାଉନସୁଗର ସମେତ ନଗଦ ୫ଲକ୍ଷ ୨୪ହଜାର ୮୪୦ଟଙ୍କା ଜବତ ହୋଇଛି । ନିଶା କାରବାରରେ ବ୍ୟବହାର ହୋଇଥିବା ୮ଟି ଗାଡ଼ି, ୨୨ଟି ମୋବାଇଲ, ସମେତ ଗୋଟିଏ ରିଭଲ୍‌ଭର ଏବଂ ୫ଟି ଗୁଳି ପୁଲିସ ଜବତ କରିଛି । ଆଗାମୀ ଦିନରେ ଏହି ଅପରେସନକୁ ଜୋର୍‌ଦାର କରାଯିବ ବୋଲି ଭୁବନେଶ୍ୱର ଡ଼ିସିପି ଡ଼. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Related News