Top Stories

Search here...

News

ଏକ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ୬ଟି ପ୍ରସଙ୍ଗରେ ଦିଆଯିବ ତାଲିମ: ନରେନ୍ଦ୍ର ମୋଦି 

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 01:13 PM

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନୁଯାୟୀ କ୍ରାସ କୋର୍ସ ପ୍ରସ୍ତୁତ କରାଯାଇଥିବା ବେଳେ ଏ ବାବଦରେ ୨୭୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

 

BBSR Reporters

 


ନୂଆଦିଲ୍ଲୀ: ଦେଶରେ ଏକ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି କରିବାକୁ ଉଦ୍ଧିଷ୍ଟ କ୍ରାସ କୋର୍ସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉଦ୍ଘାଟନ କରିଛନ୍ତି । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି କୋଭିଡ୍ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । 

 

ଏହି ଅବସରରେ ମୋଦୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆମ ଚାରିପଟେ କୋଭିଡ୍ ଭୂତାଣୁ ଘୁରି ବୁଲୁଛି । ଏହି ପରିପ୍ରେକ୍ଷୀରେ ଆମକୁ ଅଧିକ ସତର୍କ ରହିବା ସହ ଟିକାକରଣ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବାକୁ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । କୋଭିଡ୍ର ଦ୍ୱିତୀୟ ଲହର ବିଶେଷ କ୍ଷତିକାରକ ସାବ୍ୟସ୍ତ ହୋଇଥିବାରୁ ସମସ୍ତଙ୍କୁ ମାନସିକ ଓ ଶାରୀରିକସ୍ତରରେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏକ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ୬ଟି ପ୍ରସଙ୍ଗରେ ତାଲିମ ପ୍ରଦାନ କରାଯିବ ।

 

ଏଗୁଡିକ ହେଉଛି ହୋମ୍ କେୟାର ସପୋର୍ଟ, ବେସିକ୍ କେୟାର ସପୋର୍ଟ, ଆଡଭାନ୍ସଡ୍ କେୟାର ସପୋର୍ଟ, ଏମର୍ଜେନ୍ସି କେୟାର ସପୋର୍ଟ, ସାମ୍ପୁଲ କଲେକ୍ସନ ସପୋର୍ଟ ଓ ମେଡିକାଲ ଇକ୍ୱିପ୍ମେଣ୍ଟ ସପୋର୍ଟ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନୁଯାୟୀ ଏହି କ୍ରାସ କୋର୍ସ ପ୍ରସ୍ତୁତ କରାଯାଇଥିବାବେଳେ ଏ ବାବଦରେ ୨୭୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
 

Related News