Top Stories

Search here...

News

କଟକର ଗୋଟିଏ ପଞ୍ଚାୟତରୁ ଚିହ୍ନଟ ହେଲେ ୧୫୦ କରୋନା ସଂକ୍ରମିତ

Posted On - 1 month ago
Edited By Team BbsrReporters
LAST UPDATED Aug 04, 2021 08:34 AM

ସଂକ୍ରମିତ ଚିହ୍ନଟ ହେବା ପରେ ନିଆଳି ସିଠୋଳା ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

 

BBSR Reporters


କଟକ: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ କିଛି ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏପରି ସ୍ଥଳେ କଟକ ଜିଲ୍ଲା ସିଠୋଳା ପଞ୍ଚାୟତରୁ  ୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଫଳରେ ନିଆଳି ସିଠୋଳା ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଟକଣା କଡାକଡି ଭାବେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

ଏହି ସମୟରେ କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଚାଲୁ ରହିବ  । ବାହାର ଅଂଚଳର କୌଣସି ଗାଡି କିମ୍ବା ବ୍ୟକ୍ତି ସିଠୋଳା ବଜାରରେ ଅଟକିବେ ନାହିଁ ବୋଲି କୁହାଯାଇଛି । ମେଡିସିନ ଦୋକାନ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ଖୋଲିବା ସହ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

 

 କଟକ ସିଠୋଳା ବଜାର ଉପରେ କେତକ ପଞ୍ଚାୟତର ଲୋକେ  ନିର୍ଭର କରୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବଜାରରେ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ନିୟମ ଉଲଙ୍ଘନ କରିବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ କୁହାଯାଇଛି ।

Related News