Top Stories

Search here...

News

ଦିଲ୍ଲୀରେ ପୁଣି ଅକ୍ସିଜେନ ଯୋଗାଣ ବ୍ୟାହତ

Posted On - 1 month ago
Edited By Team BbsrReporters
LAST UPDATED Jun 22, 2021 11:55 PM

ଦିଲ୍ଲୀର ସମସ୍ତ ହସ୍ପିଟାଲ ପାଇଁ ଦୈନିକ ୭୦୦ ମେଟି୍ରକ୍ ଟନ୍ ମେଡିକାଲ ଅକ୍ସିଜେନ ଆବଶ୍ୟକ ପଡ଼ୁଛି ।

 

BBSR Reporters

 


ନୂଆଦିଲ୍ଲୀ: ଦିଲ୍ଲୀରେ ପୁନର୍ବାର ଅକ୍ସିଜେନ ଯୋଗାଣ ବ୍ୟାହତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୁଇଦିନ ତଳେ ଦିଲ୍ଲୀକୁ ୭୩୦ ମେଟି୍ରକ୍ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏହି ଯୋଗାଣ ବ୍ୟାହତ ହୋଇଛି । ସେ କହିଛନ୍ତି, ଦିଲ୍ଲୀର ସମସ୍ତ ହସ୍ପିଟାଲ ପାଇଁ ଦୈନିକ ୭୦୦ ମେଟି୍ରକ୍ ଟନ୍ ମେଡିକାଲ ଅକ୍ସିଜେନ ଆବଶ୍ୟକ ପଡ଼ୁଛି । ଏହା ଯଦି ଯୋଗାଇ ଦିଆଯିବ, ତାହାହେଲେ ବର୍ତ୍ତମାନର ଆବଶ୍ୟକତା ପୂରଣ ହୋଇପାରିଥା’ନ୍ତା । କିନ୍ତୁ ଏହି ମାତ୍ରା ବୃଦ୍ଧି କରାଯିବାକୁ ଚାହିଁଲେ ଆମର ୯୭୬ ମେଟି୍ରକ୍ ଟନ୍ ଅକ୍ସିଜେନ ଆବଶ୍ୟକ ପଡ଼ିବ ।

 

 

କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଦିଲ୍ଲୀକୁ ୭୩୦ ମେଟି୍ରକ୍ ଟନ୍ ଅକ୍ସିଜେନ ଯୋଗାଇ ଦେଇ କ୍ରମଶଃ ଏହାକୁ କମାଇ ଦେଇଛନ୍ତି । ଗତ ଗୁରୁବାର ଦିଲ୍ଲୀକୁ ୫୭୭ ମେଟି୍ରକ୍ ଟନ୍ ଏବଂ ଶୁକ୍ରବାର ୪୮୭ ମେଟି୍ରକ୍ ଟନ୍ ଅକ୍ସିଜେନ ମିଳିଛି । ଏତେ କମ୍ ପରିମାଣର ଅକ୍ସିଜେନ ଦ୍ୱାରା ସାମ୍ପ୍ରତିକ ପରିସ୍ଥିତିକୁ ମୁକାବିଲା କରାଯିବା ଅସମ୍ଭବ । ତେଣୁ କେନ୍ଦ୍ର ସରକାର ଦୈନିକ ୭୦୦ ମେଟି୍ରକ୍ ଟନ୍୍ରୁ ଅଧିକ ଅକ୍ସିଜେନ ଦିଲ୍ଲୀକୁ ଯୋଗାଇ ଦେବାକୁ ମୁଁ ଯୋଡ଼ହସ୍ତରେ ନିବେଦନ କରୁଛି ବୋଲି ସିସୋଦିଆ କହିଛନ୍ତି ।
 

Related News