Top Stories
Search here...
News
ରାଷ୍ଟ୍ରୀୟ ଲଳିତ କଳା ଏକାଡେ଼ମୀରେ ଚିତ୍ରକଳା ଶିବିର
Posted On - 3 weeks ago
ରାଜ୍ୟର ୪୦ ଜଣ ଚିତ୍ରଶିଳ୍ପୀ ଏହି ଶିବିରରେ ଅଂଶଗ୍ରହଣ କରି ଲଳିତ କଳା ଏକାଡେ଼ମୀ ଠାରେ ଏକ ପ୍ରଦର୍ଶନୀ ଆୟୋଜନ ହୋଇଥିଲା ।
BBSR Reporters
ଭୁବନେଶ୍ୱର:ପିତା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେ଼ମୀ ତରଫରୁ ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିଲା । ଏହି ଶିବିରରେ ରାଜ୍ୟର ୪୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଏହି ଚିତ୍ରକୁ ନେଇ ସ୍ଥାନୀୟ ଖାରବେଳ ନଗରସ୍ଥିତ ରାଷ୍ଟ୍ରୀୟ ଲଳିତ କଳା ଏକାଡେ଼ମୀ ଠାରେ ଏକ ପ୍ରଦର୍ଶନୀ ଆୟୋଜନ ହୋଇଥିଲା । ଉକ୍ତ ପ୍ରଦର୍ଶନୀରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଚିତ୍ରଶିଳ୍ପୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିଦେ୍ର୍ଧଶକ ଅରିନ୍ଦମ ଡ଼ାକୁଆ, ଏକାଡେ଼ମୀର ସଭାପତି ଡ଼. ସୁଦର୍ଶନ ପଟ୍ଟନାୟକ ଓ ବିଭାଗୀୟ ଯଗ୍ମ ଶାସନ ସଚିବ ତଥା ଏକାଡେ଼ମୀର ଓଏସଡ଼ି ମନସ୍ୱନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଶିଳ୍ପୀମାନେ ଜାତିର ପିତା ମହାତ୍ମାଗାନ୍ଧୀ ନୀତି, ଆଦର୍ଶ, ଅହିଂସା ଆନେ୍ଦାଳନ ଓ ଓଡ଼ିଶା ଆଗମନ, ସଂପର୍କୀୟ ଚିତ୍ର ପ୍ରଦର୍ଶିତ ହୋଇଛି ଓ ଏହା ତା ୨୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଏକାଡେ଼ମୀର ସଚିବ ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ ଜଣାଇଛନ୍ତି ।