Top Stories

Search here...

News

ଡିଆର୍ଡିଓ ଦ୍ୱାରା ବିକଶିତ କୋଭିଡ୍ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି

Posted On - 1 month ago
Edited By Team BbsrReporters
LAST UPDATED Jun 20, 2021 09:02 AM

ଏହି ଔଷଧ ପାଉଡ଼ର ଆକାରରେ ପାଉଚରେ ଉପଲବ୍ଧ ହେବ ଏବଂ ଏହାକୁ ପାଣିରେ ମିଶାଇ କରୋନା ରୋଗୀଙ୍କୁ ଖାଇବାକୁ ପଡ଼ିବ ।

 

BBSR Reporters


ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆର୍ଡିଓ) ଡ.ରେଡ୍ଡିସ୍ ଲାବ୍ ସହଯୋଗରେ କୋଭିଡ୍ ଚିକିତ୍ସା ପାଇଁ ଏକ ଔଷଧ ବିକଶିତ କରିଛି । ଏହି ଔଷଧକୁ ଭାରତରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀ ବ୍ୟବହାର ଲାଗି ଦେଶର ସର୍ବୋଚ୍ଚ ଔଷଧ ନିୟାମକ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ଅନୁମତି ଦେଇଛି । ଡିଆର୍ଡିଓର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିସିନ୍ ଆଣ୍ଡ ଆଲାଏଡ୍ ସାଇନ୍ସ(ଇନ୍ମାସ୍) ଦ୍ୱାରା ବିକଶିତ ଏହି ଔଷଧକୁ ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍ (ଟୁ-ଡିଜି) ନାମରେ ନାମିତ କରାଯାଇଛି । ଏହା ପାଉଡ଼ର ଆକାରରେ ପାଉଚ୍ରେ ଉପଲବ୍ଧ ହେବ ଏବଂ ଏହାକୁ ପାଣିରେ ମିଶାଇ କରୋନା ରୋଗୀଙ୍କୁ ଖାଇବାକୁ ପଡ଼ିବ ।

 


ଡିଆର୍ଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ପ୍ରଥମ ମାନବ ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ଔଷଧ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ସେମାନଙ୍କର ଶ୍ୱାସ ପ୍ରଶ୍ୱାସରେ କୌଣସି ସମସ୍ୟା ରହୁନାହିଁ । ଏହାଫଳରେ ରୋଗୀଙ୍କ ପାଇଁ ଏବେ ଯେଭଳି ଅକ୍ସିଜେନର ସଙ୍କଟ ଦେଖାଯାଉଛି, ତାହା ଦୂର ହୋଇଯିବ । ଏସବୁକୁ ଦୃଷ୍ଟିରେ ରଖି ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଗତବର୍ଷ ମେ’ ଓ ଅକ୍ଟୋବର ମାସ ମଧ୍ୟରେ ଏହି ଔଷଧର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା ଏବଂ ସେହି ସମୟରେ କରୋନା ରୋଗୀଙ୍କ ପାଇଁ ଏହି ଔଷଧ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଥିଲା । ୧୧୦ଜଣ ରୋଗୀଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲାବେଳେ ୬ଟି ଡାକ୍ତରଖାନାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଥିଲା । ଏହା ଫଳପ୍ରଦ ହେବାରୁ ଏବେ ଏହାର ଜରୁରୀ ବ୍ୟବହାର ପାଇଁ ଡସିଜିଆଇ ଅନୁମତି ଦେଇଛି । 

Related News