Top Stories

Search here...

News

ପିପିଲି ନିର୍ବାଚନ ପାଇଁ ମାହୋଲ ପୁଣି ସକ୍ରିୟ: କଂଗ୍ରେସକୁ ପ୍ରାର୍ଥୀ ଚିନ୍ତା

Posted On - 3 weeks ago
Edited By Prabir Kumar
LAST UPDATED May 10, 2021 07:23 PM

ଆସନ୍ତା ମେ’ ୧୩ ତାରିଖରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ’ ୧୬ ତାରିଖରେ ଭୋଟ୍ ଗଣତି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

 

BBSR Reporters

 


ଭୁବନେଶ୍ୱର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁଁ ଆଇନ ମୁତାବକ ନିର୍ବାଚନ ସ୍ଥଗିତ ରଖାଯାଇଥିଲା  । ଏଥିପାଇଁ ପ୍ରାୟ ୪ ଦିନ ଧରି ପିପିଲିରେ ରାଜନୀତି ପାଣିପାଗ ଶିଥିଳ ପଡ଼ିଯାଇଥିଲା । ହେଲେ ସୋମବାର  ନିର୍ବାଚନ ନେଇ ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା ହେବାପରେ ପୁଣି ବିଭିନ୍ନ ରାଜନୈତିକ କ୍ୟାମ୍ପ୍ ସକ୍ରିୟ ହୋଇଉଠିଛନ୍ତି । କଂଗ୍ରେସ ଦଳ ନୂଆ ପ୍ରାର୍ଥୀ ଖୋଜିବା ନେଇ ତପôରତା ପ୍ରକାଶ କରିଥିବା ବେଳେ ବିଜେଡି ଏବଂ ବିଜେପି ପୂର୍ବର ରଣନୀତି ଅନୁଯାୟୀ କାମ ଆରମ୍ଭ କରିଛନ୍ତି ।        

 

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା, ମେ’ ୧୩ରେ ବି ତାହା ହେବ । ଏହି ଉପନିର୍ବାଚନରେ ଫଳାଫଳ ବିଜେପି ସପକ୍ଷରେ ହିଁ ଯିବ । ଲୋକେ ବିଜେପିକୁ ଭୋଟ୍ ଦେବାକୁ ମନ ସ୍ଥିର କରିଛନ୍ତି । କୌଣସି ପ୍ରକାର ଅନୁକମ୍ପା ଭୋଟ୍ ପଡ଼ିବନାହିଁ । ଦୀର୍ଘଦିନ ଧରି ପିପିଲିବାସୀ ଅବହେଳିତ ହୋଇରହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଅରାଜକତା ଚାଲିଛି । ଏବେ ଏହି ଅରାଜକତା ବିରୋଧରେ ଜନମତ ସୃଷ୍ଟିହୋଇଛି । ବିଜେପି ପୂର୍ବ ଯୋଜନା ମୁତାବକ କାର୍ଯ୍ୟ ଜାରି ରଖିଛି ।

 


ଅନ୍ୟପଟେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ଶାସକ ବିଜେଡି । ପିପିଲି ବ୍ଲକ୍ ଦାୟିତ୍ୱରେ ଥିବା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏବେ ବିଭିନ୍ନ ପଞ୍ଚାୟତରେ ଦାୟିତ୍ୱରେ ଥିବା ଦଳୀୟ ନେତାମାନେ ନିଜ କାମ କରୁଛନ୍ତି । ଆଗକୁ ପିପିଲିରେ ଅନ୍ୟ ଦଳର ବହୁ ନେତା ବିଜେଡିରେ ସାମିଲ ହେବେ । ଏକ ଦୁଃଖଦ ଘଟଣା ଘଟିବାରୁ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । ହେଲେ ନୂଆ ତାରିଖ ଘୋଷଣା ପରେ ପୁଣିଥରେ କାମ ଆରମ୍ଭ ହୋଇଯାଇଛି । ନିର୍ବାଚନ ଜିତିବାକୁ ବିଜେଡି ସମ୍ପୂର୍ଣ୍ଣ ଆଶାବାଦୀ ଥିବା ବେଳେ ଲଢେ଼ଇ ଲଢ଼ିବାକୁ ଦଳ ପୂରା ପ୍ରସ୍ତୁତ ଥିବା ସେ କହିଛନ୍ତି ।

 


ସୂଚନାଯୋଗ୍ୟ, ଏବେ ନୂଆ ତାରିଖ ମୁତାବକ ଆସନ୍ତା ମେ’ ୧୩ ତାରିଖରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ’ ୧୬ ତାରିଖରେ ଭୋଟ୍ ଗଣତି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏଥିପାଇଁ ଏପ୍ରିଲ ୨୬ ନାମାଙ୍କନପତ୍ର ଦାଖଲର ଶେଷଦିନ ରହିଛି । ୨୭ରେ ଯାଞ୍ଚ ପ୍ରକ୍ରିୟା ହେବ । ଖୁବ୍ଶୀଘ୍ର ବିଧିିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ କହିଛନ୍ତି । ତେବେ କଂଗ୍ରେସ ଦଳ କାହାକୁ ପ୍ରାର୍ଥୀ କରୁଛି ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି ।
 

Related News