Top Stories

Search here...

News

ମା ଭୋଟ୍‌ ଦେବାକୁ ଯାଇଥିବା ବେଳେ ବାହାରେ ମାସକର ଛୁଆକୁ ଧରିଲେ ପୁଲିସ୍‌ କନ୍‌ଷ୍ଟେବଲ୍ ; ଭାଇରଲ ହେଉଛି  ଫଟୋ 

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 10:23 PM

ଆନ୍ଧ୍ରପ୍ରଦେଶର ଏହି ପୁଲିସ୍‌ କନ୍‌ଷ୍ଟେବଲ୍‌ ତାମିଲନାଡୁ ନିର୍ବାଚନର କାର୍ଯ୍ୟରେ ଥିବା ବେଳେ ଏପରି  କାର୍ଯ୍ୟ କରିଥିବା ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ସୂଚନ ଦିଆଯାଉଛି । ‌

 

BBSR Reporters

 

ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଜଣେ ପୋଲିସ କର୍ମଚାରୀଙ୍କ ମାନବିକତା ।  ନିର୍ବାଚନ ଭୋଟିଂ ଚାଲିଥିବା ବେଳେ  ଜଣେ ମହିଳା  ମତଦାନ ବୁଥ୍‌କୁ ଭୋଟ୍‌ ଦେବାକୁ ଯାଇଥିବା ସମୟରେ ସେଠାରେ କାର୍ଯ୍ୟରେ ଥିବା ଜଣେ ପୁଲିସ୍ କନ୍‌ଷ୍ଟେବଲ୍‌‌ ତାଙ୍କ ମାସକର ପିଲାକୁ ନିଜ କୋଳରେ ଧରିଥିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆନ୍ଧ୍ରପ୍ରଦେଶର ଏହି ପୁଲିସ୍‌ କନ୍‌ଷ୍ଟେବଲ୍‌ ତାମିଲନାଡୁ ନିର୍ବାଚର କାର୍ଯ୍ୟରେ ଥିବା ବେଳେ ଏପରି  କାର୍ଯ୍ୟ କରିଥିବା ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ସୂଚନ ଦିଆଯାଉଛି । 

 

 

 

ପୋଲିସ୍‌ କର୍ମଚାରୀ ଜଣକ ଶିଶୁଟିକୁ ନିଜ କୋଳରେ ଧରି ମହିଳାଙ୍କୁ ସାହାଯ୍ୟ କରିଥିବା ବେଳର ଫଟୋକୁ ଆନ୍ଧ୍ରପ୍ରଦେଶ ପୁଲିସ୍‌ର ଅଫିସିଆଲ୍‌ ଆକାଉଣ୍ଟ୍‌ରେ  ସେୟାର କରାଯାଇଛି। ଫଟୋରେ ଦେଖିବାକୁ ମିଳିଛି କି ପୁଲିସ୍‌ କର୍ମଚାରୀ ଜଣକ ଶିଶୁଟିକୁ ନିଜ ବାହୁରେ ଧରି ତା’ର ଉପଯୁକ୍ତ ଯତ୍ନ ନେଉଛନ୍ତି। ଫଟୋଟି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ ହେବା ମାତ୍ରେ ଭାଇରାଲ୍‌ ହେବାକୁ ଲାଗିଛି। ପୋଷ୍ଟ୍‌ଟିକୁ ଅନେକ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।   ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ଏପରି କାର୍ଯ୍ୟ ପାଇଁ  ସୋସିଆଲ୍‌ ମିଡିଆରେ ଲୋକମାନେ ପ୍ରଶଂସା କରୁଛନ୍ତି । ସୂଚନାଯୋଗ୍ୟ ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୧ ରାଜ୍ୟର ୩୮ଟି ଜିଲ୍ଲାରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ।

Related News