Top Stories

Search here...

News

ଚିଠି ଲେଖାକୁ ନେଇ ରାଜନୀତି: ସୀମା ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଗୋଲକ

Posted On - 3 weeks ago
Edited By Prabir Kumar
LAST UPDATED May 12, 2021 01:56 AM

 

ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କୁ ସ୍ୱାର୍ଥକୁ ଗୁରୁତ୍ୱ ଦେଇ  ରାଜ୍ୟର ମୁଖ୍ୟମନ୍ତ୍ରୀ କାହିଁକି ଖଣ୍ଡେ ଚିଠି ଲେଖୁନାହାଁନ୍ତି ବୋଲି ପ୍ରଶ୍ନ କଲେ ଗୋଲକ ମହାପାତ୍ର


BBSR Reporters

 


ଭୁବନେଶ୍ୱର: ଓଡିଶାର ଗଜପତି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିବା ବଂଶଧାରା ନଦୀରେ ନରେଡି ବ୍ୟାରେଜ ନିର୍ମାଣ କରିବା ପାଇଁ ଏପ୍ରିଲ ୧୮ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚାଷୀଙ୍କ ହିତ ଦୃଷ୍ଟିରୁ ଯଦି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚିଠି ଲେଖିପାରୁଛନ୍ତି । ତେବେ ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କୁ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ କାହିଁକି ଖଣ୍ଡେ ଚିଠି ଲେଖୁନାହାଁନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି । 

 


  ବିଗତ ଦିନରେ ବେଆଇନ ଭାବେ ଆନ୍ଧ୍ର ସରକାର ଓଡିଶାର କୋଟିଆକୁ ନିଜର ବୋଲି କହିବା ସହ ସେଠାରେ ପଂଚାୟତ ନିର୍ବାଚନ କରାଇଥିଲା । ରାଜ୍ୟ ସରକାର ଏ ଦିଗରେ କେବଳ ସୁପ୍ରିମକୋର୍ଟ ଗଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଥର ଟିଏ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନାହିଁ କି ଆପୋଷ ବୁଝାମଣା ପାଇଁ କୌଣସି କଥାବାର୍ତା କଲେନାହିଁ । ନରେଡି ବ୍ୟାରେଜ ନିର୍ମାଣ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ଥାଇ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆପୋଷ ବୁଝାମଣା କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

 


 ୧୯୩୬ ମସିହା ପୂର୍ବରୁ କୋଟିଆ ଗ୍ରାମପଂଚାୟତ ଜୟପୁର ରାଜ୍ୟ ଅଧିନରେ ଥିଲା ।୧୯୩୬ ମସିହାରେ ଓଡିଶା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ହେଲା । ସେତେବେଳେ କୋଟିଆ ଗ୍ରାମପୁଜଂ ଓଡିଶାରେ ମିଶିଗଲା । ୧୯୩୬ ମସିହା ମାର୍ଚ୍ଚ ୧୯ରେ ପ୍ରକାଶିତ ଗେଜେଟ ନୋଟିଫିକେସନର ପ୍ରଥମ ଅନୁଛେଦ, ଭାଗ -୧, କ୍ରମାଙ୍କ ନଂ – ୨ (୪)ରେ ସ୍ପଷ୍ଟ ଲେଖାଅଛି ଯେ ଜୟପୁର ଇଷ୍ଟେଟ, ପଟ୍ଟାଙ୍ଗୀର ଯେଉଁ ଅଂଚଳ ଜୟପୁର ଇଷ୍ଟେଟରେ ନଥିଲା ଏ ସମସ୍ତ ଅଂଚଳ ଓଡିଶା ରାଜ୍ୟର ଅଂଶ । କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂରଦୃଷ୍ଟି ଅଭାବ ଯୋଗୁଁ ଆଜି କୋଟିଆ ବିବାଦୀୟ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।

Related News