Top Stories

Search here...

News

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧରୁ ହୋଇଛି ମନୀଷଙ୍କ ମୃତ୍ୟୁ

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 06:20 PM

ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ନଥିବା ବେଳେ ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖିଛି ।

 

BBSR Reporters


ଭୁବନେଶ୍ୱର: ଶ୍ୱାସରୁଦ୍ଧ କାରଣରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି । ତେବେ କିଭଳି ମନୀଷଙ୍କର ଶ୍ୱାସରୁଦ୍ଧ ହେଲେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ ।

 


ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ନଥିବା ବେଳେ ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖିଛି । ସେହିଭଳି ଯେଉଁ କାରରେ ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ହୋଟେଲ୍କୁ ନିଆଯାଇଥିବା ର୍କାକୁ ଠାବ କରିଛି ପୁଲିସ୍ । ସେ ଦୁଇ ଜଣ ଯୁବକଙ୍କ ସହିତ ଏହି କାରରେ ସାଉଥ୍ ସିଟି ହୋଟେଲ୍କୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ୍ ଧରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛି । ତେବେ ଅଟକ ଥିବା ଯୁବକ ଜଣଙ୍କ କିଏ, ସେନେଇ ପୁଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

 

ସୂଚନାଯୋଗ୍ୟ, ରବିବାର ମନୀଷଙ୍କ ମୃତଦେହ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା । ଶନିବାର ରାତିରୁ ସେ ନିଖୋଜ ଥିଲେ । ଭୋଜି କରିବାକୁ ଡାକି ନେଇ ମନୀଷଙ୍କୁ ତାଙ୍କର ସାଙ୍ଗମାନେ ହତ୍ୟା କରିଥିବା ନବୀନ ଦାସ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛି ।
 

Related News