Top Stories

Search here...

News

ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; ରହିଛି ସବୁ ଖେଳର ସୁବିଧା

Posted On - 2 weeks ago
Edited By Prabir Kumar
LAST UPDATED Jan 19, 2022 04:16 AM

୯୧.୩୮ ଏକର ଜାଗାରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ୭୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

 

BBSR Reporters

 

ମିରଟ: ଉତର ପ୍ରଦେଶ ମିରଟେରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଶିଳାନ୍ୟାସ  କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୭୫ଟି ଜିଲ୍ଲାରୁ ୧୬ ହଜାର ୮୫୦ ଜଣ ଖେଳାଳିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।  ମିରଟର ସରଧାନାରେ ଏହି ବିଶ୍ୱବିଦ୍ୟାଳୟ ତିଆରି କରାଯିବ । ୯୧.୩୮ ଏକର ଜାଗାରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ୭୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

 

ଦେଶରେ କ୍ରୀଡାର ପ୍ରଚାର ପ୍ରସାର କରିବା ସହ କ୍ରୀଡାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ।  ଏକା ସାଙ୍ଗରେ ୧୦୮୦ ଜଣ ଖେଳାଳିଙ୍କୁ ଟ୍ରେନିଂ ଦିଆଯାଇପାରିବ ।  ୫୪୦ ଜଣ ମହିଳା ମଧ୍ୟ ଷ୍ଟାଡିୟମ୍ରେ ଟ୍ରେନିଂ ନେଇପାରିବେ ।  ଆଉଟ୍ଡୋର ଗେମ୍ ପାଇଁ ୨୫ରୁ ୩୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି ।

 

ବିଶ୍ୱବିଦ୍ୟାଳୟରେ  କୁସ୍ତି, ଖୋଖୋ ଓ କବାଡ଼ି ପରି ଖେଳ ପାଇଁ ୫ ହଜାର କ୍ଷମତା ବିଶିଷ୍ଟ ହଲ । ସିନ୍ଥେଟିକ୍ ହକି ଷ୍ଟାଡିୟମ୍ ଓ ଫୁଟବଲ ଷ୍ଟାଡିୟମ୍ ରହିବ । ଏଥିସହିତ ବାସ୍କେଟବଲ୍, ଭଲିବଲ ଓ ଟେନିସ୍ କୋର୍ଟର ବ୍ୟବସ୍ଥା କରାଯିବ ।  ସିନ୍ଥେଟିକ୍ ରନିଂ ଷ୍ଟାଡିୟମ୍, ସୁଇମିଂ ପୁଲ, ତୀରନ୍ଦାଜି ଆଦି ଖେଳ ପରି ସୁଟିଂ ରେଂଜର ବ୍ୟବସ୍ଥା ମଧ୍ୟ କରାଯିବ । ପ୍ରତିବର୍ଷ ୧୦୦୦ ଛାତ୍ରଛାତ୍ରୀ ଏଠାରୁ ଗ୍ରାଜୁଏଟ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
 

Related News