Top Stories

Search here...

News

ପର୍ଯ୍ୟଟନକୁ ପ୍ରାଧାନ୍ୟ: କପିଳାସ, ହରିଶଙ୍କର ସମେତ ରାଜ୍ୟର ୫ ପର୍ଯ୍ୟଟନ କ୍ଷେତ୍ରରେ ହେବ ରୋପ ୱେ

Posted On - 2 weeks ago
Edited By Archana Aluk
LAST UPDATED Apr 20, 2021 09:12 PM

ଏଥି ସହିତ ପୁରୀରୁ କୋଣାର୍କ ରୋପ୍ ୱେ କରିବା ପାଇଁ ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 

BBSR Reporters


ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରାଜ୍ୟରେ ଥିବା ୫ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ରୋପ ୱେ ବ୍ୟବସ୍ଥା କରିବା ପାଇଁ ସରକାର ଯୋଜନା କରିଛନ୍ତି ।ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । 


ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଅନୁଯାୟୀ, କପିଳାସ, ନୃସିଂହନାଥ-ହରିଶଙ୍କର, ଧଉଳିଗିରିରେ, ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବରରେ ରୋପ ୱେ ବ୍ୟବସ୍ଥା କରାଯିବା ପାଇଁ  ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର  ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି । ଏହି ରୋପ ୱେ ୫ଟି ପର୍ୟ୍ୟଟନସ୍ଥଳୀରେ ହେବାକୁ ଥିବା କାମ ୧୬ ମାସ ଭିତରେ ସାରିବା ପାଇଁ ଯୋଜନା କରାଯାଇଛି। ଏଥି ସହିତ ପୁରୀରୁ କୋଣାର୍କ ରୋପ୍ ୱେ କରିବା ପାଇଁ ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Related News