Top Stories

Search here...

News

ପଞ୍ଜାବର କ୍ରମାଗତ ଦ୍ୱିତୀୟ ବିଜୟ; ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରି ନେଇଛି 

Posted On - 2 weeks ago
Edited By Team BbsrReporters
LAST UPDATED Oct 22, 2021 01:29 AM

ଏବେ ପ୍ଲେଅଫର ବାକି ଦୁଇଟି ସ୍ଥାନ ପାଇଁ ୫ ଟିମ ଦାବିଦାର ରହିଛନ୍ତି । କୋଲକାତା, ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ସମାନ ୧୦ ପଏଣ୍ଟ ଲେଖାଏ ପାଇଥିବା ବେଳେ ରାଜସ୍ଥାନ ୧୧ ମ୍ୟାଚ୍ରୁ ୮ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି ।

 

BBSR Reporters


ଦୁବାଇ: ଆଇପିଏଲରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ । ପଞ୍ଜାବ ଏହି ବିଜୟ ପରେ ଦଳର ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିଛି ଯାଇଛି । ଦୁବାଇରେ ଖେଳା ଯାଇଥିବା ଆଇପିଏଲର ୪୫ତମ ମ୍ୟାଚ୍ରେ ପଞ୍ଜାବ ପ୍ରତିପକ୍ଷ କୋଲକାତା ନାଇଡ ରାଇଡର୍ସକୁ ୫ ୱିକେଟରେ ପରାସ୍ତ କରିଛି ।  ତେବେ ପଞ୍ଜାବ ଜିତିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଆପେଆପେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରି ନେଇଛି । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ପ୍ରଥମ ଦଳ ଭାବେ ପ୍ଲେଅଫ ଟିକେଟ ଆଶା କରିଥିଲେ ।

 

ଏବେ ପ୍ଲେଅଫର ବାକି ଦୁଇଟି ସ୍ଥାନ ପାଇଁ ୫ ଟିମ ଦାବିଦାର ରହିଛନ୍ତି । କୋଲକାତା, ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ସମାନ ୧୦ ପଏଣ୍ଟ ଲେଖାଏ ପାଇଥିବା ବେଳେ ରାଜସ୍ଥାନ ୧୧ ମ୍ୟାଚ୍ରୁ ୮ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ତେଣୁ ପ୍ଲେଅଫ ଟିକେଟ କାହାକୁ ମିଳୁଛି, ତାହା ଦେଖିବାକୁ ବାକି ରହିଛି ।

 

ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍ରେ ପଞ୍ଜାବ ଶେଷ ଓର୍ଭରେ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି । କୋଲକାତା ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୬୫ ରନ କରିଥିଲା । ଏହାର ଜବାବରେ ପଞ୍ଜାବ ୫ ୱିକେଟ ହରାଇ ୧୬୮ ରନ୍ କରି ନେଇଛି । ଜିତିବାକୁ ୪ ରନ୍ ଦରକାର ଥିବା ବେଳେ ଯୁବ ତାରକା ଶାହରୁଖ ଖାନ ଛକା ମାରି ମ୍ୟାଚ୍ ଶେଷ କରିଥିଲେ । ପଞ୍ଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ୬୭ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୪୦ ଓ ଶାହରୁଖ ୯ ବଲରେ ଅପରାଜି ୨୨ ରନ୍ର ଇନିଂସ ଖେଳିଛନ୍ତି ।

 

କୋଲକାତା ଦେଇଥିବା ୧୬୬ ରନ୍ ଟାର୍ଗେଟର ପିଛା କରୁଥିବା ପଞ୍ଜାବ ଭଲ ଆରମ୍ଭ କରିଥିଲା । ଦଳର ଦୁଇ ଓପନର ରାହୁଲ ଓ ମୟଙ୍କ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ ୭୦ ରନ ଯୋଡ଼ିଥିଲେ । ଏହି ଯୋଡ଼ିକୁ ୯ମରେ ବରୁଣ ଚକ୍ରବର୍ତ୍ତୀ ଭାଙ୍ଗିଥିଲେ । ସେ ମୟଙ୍କ(୪୦)ଙ୍କୁ ଆଉଟ କରି କୋଲକାତାକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ନିକୋଲସ ପୂରନ(୧୨) ଓ ଏଡେନ ମାର୍କମ(୧୮) ବେଶୀ ସମୟ କ୍ରିଜ୍ରେ ରହି ପାରି ନଥିଲେ । ସେମାନଙ୍କ ୱିକେଟ ଯଥାକ୍ରମେ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ନେଇଥିଲେ । ଦୀପପ ହୁଡ୍ଡା(୩)ଙ୍କୁ ଶିବମ ମାଭି ଆଉଟ କରି ପଞ୍ଜାବକୁ ୪ର୍ଥ ଝଟକା ଦେଇଥିଲେ ।

 

ରାହୁଲ ଗୋଟିଏ ପଟେ ଛିଡ଼ା ହୋଇଥିଲେ ହେଁ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ପାରି ନଥିଲେ । ସେ ବେଶ ସତର୍କତାର ସହ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଓର୍ଭରେ ଦଳକୁ ୫ ରନ୍ ଦରକାର ଥିବା ବେଳେ କୋଲକାତା ପକ୍ଷରୁ ଭେଙ୍କଟେଶ ଆୟର ବୋଲିଂ କରିଥିଲେ । ସେ ପ୍ରଥମ ବଲ୍ରେ ୧ ରନ୍ ବ୍ୟୟ କରିବାରୁ ରାହୁଲ ଷ୍ଟ୍ରାଇକ ପାଇଥିଲେ । କିନ୍ତୁ ଶେଷ ଓର୍ଭର ଦ୍ୱିତୀୟ ବଲରେ ରାହୁଲ(୬୭) ବଡ଼ ଶଟ ଖେଳିବା ଲୋଭରେ ବାଉଣ୍ଡରୀ ପାଖରେ ଆଉଟ ହୋଇ ଯାଇଥିଲେ । ଆଉଟ ହେବା ପୂର୍ବରୁ ସେ ୪ଚୌକା ଓ ୨ ଛକା ବଳରେ ୬୭ ରନ୍ର ଇନିଂସ ଖେଳିଥିଲେ ।

 

କୋଲକାତା ପକ୍ଷରୁ ଚକ୍ରବର୍ତ୍ତୀ ଦୁଇଟି ୱିକେଟ ନେଇଥିବା ବେଳେ ନାରନି, ମାଭି ଓ ଭେଙ୍କଟେଶ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି । ଏହାପୂର୍ବରୁ ଭେଙ୍କଟେଶ ଆୟରଙ୍କ ୬୭ ଓ ନୀତୀଶ ରାଣାଙ୍କ ୧୮ ବଲ୍ରେ ୩୧ ରନ୍ ବଳରେ କୋଲକାତା ୭ ୱିକେଟ ହରାଇ ୧୬୫ ରନ୍ କରିଥିଲା ।

Related News