Top Stories

Search here...

News

ବର୍ଷା ଋତୁ ସ୍ୱାସ୍ଥ୍ୟ ପାଇଁ ସବୁଠୁ ହାନିକାରକ; ଜାଣିରଖନ୍ତୁ କିପରି ନେବେ ନିଜ ଶରୀରର ଯତ୍ନ

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 02:25 PM

ବର୍ଷା ଋତୁରେ ଶରୀରକୁ ସୁସ୍ଥ ରଖିବା ପାଇଁ ପଞ୍ଚକର୍ମ, ସନ୍ତୁଳନ ଓ ହାଲୁକା ଆହାର ନେବା ଦରକାର ବୋଲି ଡାକ୍ତର ପରାର୍ମଶ ଦେଇଛନ୍ତି  ।

 

BBSR Reporters

 

ଭୁବନେଶ୍ୱର:  ୬ ଋତୁ ମଧ୍ୟରୁ ବର୍ଷା ଋତୁ ଅନ୍ୟତମ । ଏହି ଋତୁ ଆସିଲେ ଲୋକେ ଯେତିକି ଖୁସୀ ହୋଇଥାନ୍ତି ସେତିକି ଚିନ୍ତା ପ୍ରକଟ ମଧ୍ୟ କରିଥାନ୍ତି । ବର୍ଷା ଋତୁରେ ସାଧାରଣତଃ ଥଣ୍ଡା, କାଶ, ଛିଙ୍କ, ଜ୍ୱର ହେଉଥିବା ଦେଖିବାକୁ ମିଳିଥାଏ । ଏହି ଋତୁରେ ଡେଙ୍ଗୁ, ମାଲେରିଆ, ଚିକେନଗୁନିଆ ଭଳି ରୋଗ ବ୍ୟାପିଥାଏ । ତେବେ କିଛି ଡାକ୍ତରଙ୍କ କହିବା ଅନୁସାରେ ବର୍ଷା ପାଗ ସବୁଠାର ଖରାପ । ତେବେ ଏହି ଋତୁରେ ନିଜ ଶରୀର ଯତ୍ନ ନେବା ନିହାତି ଜରୁରୀ । 


ଏହି ଋତୁକୁ ନେଇ ଆୟୁର୍ବେଦିକ ଡାକ୍ତର ରେଖା ରାଧାମଣି ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଏହି ଋତୁରେ ହେଉଥିବା ରୋଗ ଏବଂ ଏହାର ଉପଚାର କଥା କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ସବୁ ଋତୁ ଠାରୁ ବର୍ଷା ଋତୁ ଲୋକଙ୍କ ପାଇଁ ବହୁତ ଘାତକ ହୋଇଥାଏ । ପ୍ରାୟତଃ ସବୁ ଋତୁରେ ଆମର ଶରୀର ଠିକ୍ ରହିଥାଏ, କିନ୍ତୁ ବର୍ଷା ଋତୁରେ ଶରୀରର ସନ୍ତୁଳନ ଅଧିକ ବିଗିଡ଼ି ଯାଇଥାଏ । ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ ।

 

ସେ କହିଛନ୍ତି, ପ୍ରାୟ ସବୁ ଋତୁରେ ଆମେ ଦୋଷ ଅର୍ଥାତ୍ ବାୟୋଫିଜିକାଲ୍ ଏନର୍ଜି ରଖିଥାଉ, ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟ ଠିକ୍ ରହିଥାଏ । କିନ୍ତୁ ବର୍ଷା ଋତୁରେ ଏହାର ସନ୍ତୁଳନ ବିଗିଡ଼ି ଯାଇଥାଏ, ଯେଉଁ କାରଣରୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେତେବେଳେ ଶରୀରରେ ଥିବା ଦୋଷ ଅର୍ଥାତ୍ ବାତ, ପିତ୍ତ ଓ କଫର ସନ୍ତୁଳତ ବିଗିଡ଼ି ଯାଏ, ଏହା ପରସ୍ପର ବିରୋଧରେ ଲଢ଼ନ୍ତି ଏବଂ ଏହା ଦ୍ୱାରା ଆମକୁ କ୍ରୋନିକ୍ ଡିଜିଜର ସମସ୍ୟା ହୋଇଥାଏ । ତେବେ କ୍ରୋନିକ୍ ଡିଜିଜକୁ ରକ୍ଷା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ପଞ୍ଚକର୍ମ, ସନ୍ତୁଳନ ଓ ହାଲୁକା ଆହାର ନେବା ଦରକାର ବୋଲି ଡାକ୍ତର ପରାର୍ମଶ ଦେଇଛନ୍ତି  ।

 

ସୁସ୍ଥ ରହିବା ପାଇଁ ଡାକ୍ତର ପରାମର୍ଶ ଅନୁଯାୟୀ,  ବର୍ଷା ଋତୁରେ ପଞ୍ଚକର୍ମ ଜରିଆରେ ଶରୀରର ଭିତରକୁ ସ୍ୱଚ୍ଛ କରାଯାଇଥାଏ । ଏହି ଥେରାପି ଶରୀରରେ ଏକ ନୂଆ ଊର୍ଜା ଦେବାର ଏକ ଆୟୁର୍ବେଦିକ ଉପଚାର । ଏହାଦ୍ୱାରା ଶରୀରର ଦୋଷ ଅସନ୍ତୁଳିତ ହୋଇନଥାଏ । ଏହାଦ୍ୱାରା ନା କେବଳ ଶରୀର ଓ ମନ ଭିତର ବିଶୁଦ୍ଧ ହୋଇଥାଏ ବରଂ ଏହା ଶରୀରର ସଂକ୍ରମଣ ସହ ଲଢ଼ିବା ପାଇଁ ପ୍ରସ୍ତୁତ କରିଥାଏ ।

 

ଏହି ପ୍ରକ୍ରିୟା ଶରୀରରେ ବିଷାକ୍ତ ପଦାର୍ଥକୁ ସଫା କରିବା ପାଇଁ ବ୍ୟବହୃତ କରାଯାଇଥାଏ । ଆୟୁର୍ବେଦ କହେ ଯେ ଅସନ୍ତୁଳିତ ଦୋଷ ଶରୀରରେ ସମସ୍ତ ପ୍ରକାରର ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ, ତେଣୁ ପଞ୍ଚକର୍ମ ଏଥିପାଇଁ ସର୍ବୋତ୍ତମ ଥେରାପି । ବର୍ଷାରେ ଦୋଷ ଅସନ୍ତୁଳନ ହେବା ଦ୍ୱାରା ଆମକୁ ହଜମ ସମ୍ବନ୍ଧିତ ସମସ୍ୟା ହୋଇଥାଏ ଏବଂ ଶାରୀରିକ ଦୁର୍ବଳତା ମଧ୍ୟ ଲାଗିଥାଏ ।

 

ଆୟୁର୍ବେଦ ଅନୁସାରେ କଫ ଦୋଷରେ ୨୮ ରୋଗ, ପିତ୍ତ ରୋଗରେ ୪୦ ରୋଗ, ବାତ ଦୋଷରେ ୮୦ ପ୍ରକାରର ରୋଗ ରହିଥାଏ । ଏଥିପାଇଁ ଆୟୁର୍ବେଦରେ ବାତ, ପିତ୍ତ ଓ କଫ ଆଦି ତ୍ରିଦୋଷକୁ ସନ୍ତୁଳିତ ରଖିବା ପାଇଁ ଆମକୁ ନିଜର ଉପଚାର ନିଜେ କରିବାକୁ ପଡ଼ିବ । ବିଶେଷକରି କୋଭିଡ୍ ଭଳି ମହାମାରୀ ସମୟରେ ଏସବୁକୁ ଧ୍ୟାନ ରଖିବା ଦରକାର ।

 

ଡାକ୍ତର କହିଛନ୍ତି ଯେ ବର୍ଷା ଋତୁରେ ଅତ୍ୟଧିକ କାମ କରିବାରୁ ଦୂରେଇ ରହିବା ଦରକାର । ଯଦି ଏହି ଋତୁରେ ମଧ୍ୟମ ଧରଣର ବ୍ୟାୟାମ ଜାରି ରଖନ୍ତି, ତାହେଲେ ଏହା ଭଲ ହେବ । ଏଥିରେ ଆପଣ ଯୋଗର ସାହାଯ୍ୟ ମଧ୍ୟ ନେଇପାରିବେ ।
 

Related News