Top Stories

Search here...

News

ପୁଣି ଆରସିବିକୁ ଲାଗିଲା ଝଟକା: ଚିନ୍ତାରେ କୋହଲି

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 08:58 PM

ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ଆରସିବି ଖେଳାଳି


BBSR Reporters

ଚେନ୍ନାଇ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲିଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଦଳର ବିଦେଶୀ ଅଲରାଉଣ୍ଡର ଡାନିଏଲ ସାମ୍ସ କୋଭିଡ୍-୧୯ରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର ପ୍ରକାଶ କରାଯାଇଛି । ନେଗେଟିଭ ରିପୋର୍ଟ ପରେ ଗତ ୩ ତାରିଖରେ ଆରସିବି ଦଳରେ ଯୋଡ଼ି ହୋଇଥିଲେ ଏହି ଅଷ୍ଟ୍ରେଲିଆନ ଅଲରାଉଣ୍ଡର । ଆଇପିଏଲ ଏସ୍ଓପି ଅନୁଯାୟୀ, ଦଳରେ ଯୋଗଦେବା ପରେ ଦଳୀୟ ମେଡିକାଲରେ ଡାନିଏଲଙ୍କ ପୁଣି ଥରେ ପରୀକ୍ଷା କରାଯାଇଥିଲା ।

ବର୍ତ୍ତମାନ ଅଷ୍ଟ୍ରେଲିଆନ ଖେଳାଳିଙ୍କୁ ମେଡିକାଲ ସୁବିଧା ସୁଯୋଗ ସହ ଆଇସୋଲେଶନରେ ରଖାଯାଇଥିବା କ୍ଲବ ପକ୍ଷରୁ ବିବୃତିରେ କୁହାଯାଇଛି । ଖେଳାଳିଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ ଓ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିବା ଉକ୍ତ ବିବୃତିରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ରିପୋର୍ଟ ନେଗେଟିଭ ଆସିବା ପରେ ଆରସିବି ଦଳରେ ଯୋଗ ଦେଇଛନ୍ତି ଦେବଦତ୍ତ ପାଡିକଲ । ଗତ ସିଜନରେ ଆରସିବି ପାଇଁ ପାଡିକଲ ସର୍ବାଧିକ ରନ୍ ସ୍କୋରର ଥିଲେ । ସେ ଗତ ୨୨ ତାରିଖରେ ପିଜିଟିଭ ଚିିହ୍ନଟ ହୋଇଥିଲେ । 
 

Related News