Top Stories
Search here...
News
ରେକଡ଼ ଭାଙ୍ଗିଲା ‘ଆରଆରଆର’; ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କାର ବ୍ୟବସାୟ
Posted On - 2 weeks ago
ଥିଏଟ୍ରିକାଲ ରାଇଟ୍ସରେ ଏହା ଆନ୍ଧ୍ରପ୍ରଦେଶରେ ୧୬୫ କୋଟି, ଉତ୍ତର ଭାରତରେ ୧୪୦ କୋଟି, ହାଇଦ୍ରାବାଦରେ ୭୫ କୋଟି, ତାମିଲନାଡୁରେ ୪୮ କୋଟି,କର୍ଣ୍ଣାଟକରେ ୪୫ କୋଟି,କେରଳରେ ୧୫ କୋଟି ଏବଂ ବିଦେଶରେ ୭୦ କୋଟିରେ ରାଇଟ୍ସ ବିକ୍ରି ହୋଇଛି।
BBSR Reporters
ବହୁ ଚର୍ଚ୍ଚିତ ଚଳଚିତ୍ର ବାହୁବଳୀକୁ ପଛରେ ପକାଇ ଦେଇଛି ଚଳଚିତ୍ର ଆରଆରଆର । ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଆରଆରଆର’କୁ ଚାତକ ପରି ଚାହିଁ ରହିଛନ୍ତି ସିନେପ୍ରେମୀ। ତେବେ ମୁକ୍ତିଲାଭ ପୂର୍ବରୁ ଏହି ଫିଲ୍ମ ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ଜୁନିଆର ଏନଟିଆର, ରାମ ଚରଣ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ୯୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ନେଇ ସୂଚନା ମିଳିଛି । ପ୍ରଥମ ଚଳଚିତ୍ର ଭାବେ ଆରଆରଆର ଏହି ରେକଡ଼ ହାସଲ କରିଛି ।
ସୂଚନା ଅନୁଯାୟୀ ଏହା ମୁକ୍ତିଲାଭ ପୂର୍ବରୁ ‘ବାହୁବଳୀ ଚଳଚିତ୍ର ଠାରୁ ଦୁଇ ଗୁଣ ବ୍ୟବସାୟ କରିଛି। ଏହି ୯୦୦ କୋଟିରେ ଥିଏଟ୍ରିକାଲ, ଡିଜିଟାଲ, ମ୍ୟୁଜିକ ଏବଂ ସାଟେଲାଇଟ ରାଇଟ୍ସ ସାମିଲ ରହିଛି ବୋଲି ସୂଚନା ମିଳିଛି । ଥିଏଟ୍ରିକାଲ ରାଇଟ୍ସରେ ଏହା ଆନ୍ଧ୍ରପ୍ରଦେଶରେ ୧୬୫ କୋଟି, ଉତ୍ତର ଭାରତରେ ୧୪୦ କୋଟି, ହାଇଦ୍ରାବାଦରେ ୭୫ କୋଟି, ତାମିଲନାଡୁରେ ୪୮ କୋଟି,କର୍ଣ୍ଣାଟକରେ ୪୫ କୋଟି,କେରଳରେ ୧୫ କୋଟି ଏବଂ ବିଦେଶରେ ୭୦ କୋଟିରେ ରାଇଟ୍ସ ବିକ୍ରି ହୋଇଛି।