Top Stories

Search here...

News

କୋଭିଡ୍ ସଂକ୍ରମଣ ନେଇ ଆମେରିକା ଭଳି ଆରଏମଆରସି କରିବ ରାଣ୍ଡମ୍ ସାମ୍ପଲ ସର୍ଭେ 

Posted On - 1 month ago
Edited By Team BbsrReporters
LAST UPDATED Jun 23, 2021 12:30 PM

ପ୍ରଥମ  ଲହରୀ ସଂକ୍ରମଣରେ ଯେଉଁମାନେ ପଜିଟିଭ ହୋଇ ସୁସ୍ଥ ହେବା ପରେ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେଇସାରିଛନ୍ତି, ସେମାନଙ୍କୁ ନେଇ ଏହି ସର୍ଭେ କରାଯିବ  ।

 

BBSR Reporters

 

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ବଢୂୁଥିବା ବେଳେ ଏହାକୁ ନେଇ ଆରଏମଆରସି ରାଣ୍ଡମ୍ ସାମ୍ପଲ ସର୍ଭେ କରିବ । ପୂର୍ବରୁ ଆରଏମଆରସି ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା  । ପ୍ରଥମ  ସଂକ୍ରମଣରେ ଯେଉଁମାନେ ପଜିଟିଭ ହୋଇ ସୁସ୍ଥ ହୋଇଛନ୍ତି ଏବଂ ଏବେ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେଇସାରିଥିବା ଲୋକଙ୍କୁ ନେଇ ଏହି ସର୍ଭେ କରାଯିବ ବୋଲି ଆରଏମଆରସି ନିଦେ୍ର୍ଧଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି  ।

 


ପ୍ରଥମ ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ଆକଳନ କରିବା ପାଇଁ ମୁଖ୍ୟତଃ ଏହି ସର୍ଭେ କରାଯାଉଛି । ସେହିଭଳି ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ ପରେ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିମାତ୍ରାକୁ ମଧ୍ୟ ଆକଳନ କରାଯିବ  । 

 

ଆମେରିକାର ଏକ ସଂସ୍ଥା ଏହିଭଳି ଏକ ସର୍ଭେ କରିଥିଲା  । ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ, କରୋନା ପଜିଟିଭରୁ ନେଗେଟିଭ ହୋଇଥିବା ବ୍ୟକ୍ତି ଓ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେବା ପରେ ଲୋକଙ୍କଠାରେ ଟି-ସେଲ୍ ଓ ବି-ସେଲ୍ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ଜଣାପଡ଼ିଛି  । ୭୦ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା  । ଆରଏମଆରସି ନିଦେ୍ର୍ଧଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି  ।
 

Related News