Top Stories
Search here...
News
ଟାଇମ୍ସ ଉଚ୍ଚଶିକ୍ଷା ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ରାଉରକେଲା ଏନ୍ଆଇଟି ଦେଶରେ ପ୍ରଥମ
Posted On - 1 week ago
ଟାଇମ୍ସ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱର ମୋଟ ୪୮ ଟି ଦେଶରେ ଥିବା ୬୦୬ ଟି ବିଶ୍ୱବିଦ୍ୟାଳୟକୁ ନେଇ ଶିକ୍ଷା ତଥା କାର୍ଯ୍ୟଦକ୍ଷତା ନେଇ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍-୨୦୨୧ ଆୟୋଜିତ ହୋଇଥିଲା।
BBSR Reporters
ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ -୨୦୨୧ରେ ରାଉରକେଲାର ଏନଆଇଟି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଟାଇମ୍ସ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱର ମୋଟ ୪୮ ଟି ଦେଶରେ ଥିବା ୬୦୬ ଟି ବିଶ୍ୱବିଦ୍ୟାଳୟକୁ ନେଇ ଶିକ୍ଷା ତଥା କାର୍ଯ୍ୟଦକ୍ଷତା ନେଇ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍-୨୦୨୧ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ରାଉରକେଲାର ଏନଆଇଟି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।
ଏହି ସଫଳତା ପାଇଁ ସମଗ୍ର ଏନଆଇଟିଆର ଉଦ୍ୟମକୁ ଅଭିନନ୍ଦନ ଓ ପ୍ରଶଂସା କରି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ କହିଛନ୍ତି, ଟାଇମ୍ସ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ – ୨୦୨୧ରେ ଏନଆଇଟି ରାଉରକେଲା ସମସ୍ତ ଏନଆଇଟି ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ଅନୁଷ୍ଠାନର ସମସ୍ତ ଛାତ୍ର, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ମିଳିତ ପ୍ରୟାସର ପ୍ରତିଫଳନ। ଏନଆଇଟି, ରାଉରକେଲା ଇଂନିୟରିଂରେ ୧୬ତମ ସ୍ଥାନରେ ଏବଂ ଏନଆଇଆରଏଫ୍ ରାଙ୍କିଙ୍ଗ୍-୨୦୨୦ରେ ସମୁଦାୟ ବର୍ଗରେ ୩୨ ତମ ସ୍ଥାନରେ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏନଆଇଟିକୁ କ୍ୟୁଏସ୍ ଏସୀୟ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍- ୨୦୨୧ରେ ସମଗ୍ର ବିଶ୍ୱରେ ୨୫୦ ତମ ସ୍ଥାନ ମିଳିବା ଅତ୍ୟନ୍ତ ଗୌରବର ବିଷୟ ବୋଲି ନିର୍ଦ୍ଦେଶକ ଡକ୍ଟର ବିଶ୍ୱାସ କହିଛନ୍ତି।
ସୂଚନାଯୋଗ୍ୟ ଯେ ଟାଇମ୍ସ ଉଚ୍ଚଶିକ୍ଷା ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ ହେଉଛି ବିଶ୍ୱର କାର୍ଯ୍ୟଦକ୍ଷତା ସାରଣୀ; ଯାହା ବିଶ୍ୱର ଗବେଷଣା-କେନ୍ଦ୍ରିତ ବିଶ୍ୱବିଦ୍ୟାଳୟଗୁଡ଼ିକର ବିଚାର କରିଥାଏ। ଶିକ୍ଷାଦାନ (ଶିକ୍ଷଣ ପରିବେଶ); ଅନୁସନ୍ଧାନ (ପରିମାଣ, ଆୟ ଏବଂ ପ୍ରତିଷ୍ଠା); ଉଦ୍ଧୃତି (ଅନୁସନ୍ଧାନ ପ୍ରଭାବ), ଆନ୍ତର୍ଜାତୀୟ ଦୃଷ୍ଟିକୋଣ (କର୍ମଚାରୀ, ଛାତ୍ର ଏବଂ ଅନୁସନ୍ଧାନ) ଏବଂ ଶିଳ୍ପ ଆୟ (ଜ୍ଞାନ ସ୍ଥାନାନ୍ତର)କୁ ନେଇ ଏହି ରାଙ୍କିଙ୍ଗ୍ କୁ ୫ଟି ଶ୍ରେଣୀରେ ବିଭକ୍ତ କରା ଯାଇଥିଲା।