Top Stories

Search here...

News

୧୬ ଜିଲ୍ଲାରେ  ପ୍ରତିଷ୍ଠା ହେବ RTPCR  ପରୀକ୍ଷାଗାର: ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

Posted On - 1 month ago
Edited By Team BbsrReporters
LAST UPDATED Jun 20, 2021 08:41 AM

ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ microbiologist  ଓ ତିନି ଜଣ lab technician ଙ୍କୁ ନିୟୋଜିତ କରାଯିବ ।  

 

BBSR Reporters

 


ଭୁବନେଶ୍ୱର: କୋଭିଡ଼ ଲଢ଼େଇରେ ରୋଗୀର  ଶୀଘ୍ର ପରୀକ୍ଷା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ  କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା  ଯଥା ଭଦ୍ରକ  ବଉଦ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର, ମାଲକାନଗିରି ,ନୂଆପଡା ସୋନପୁର ,କନ୍ଧମାଳ ସୁନ୍ଦରଗଡ ରାୟଗଡ଼ା ଓ ବରଗଡ ର ସଦର ମହକୁମା ରେ ଗୋଟିଏ ଗୋଟିଏ  RTPCR ପରୀକ୍ଷା ଗାର  ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

 

ଏହି  ପରୀକ୍ଷା ଗାର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲା ରେ ଜଣେ ଲେଖାଏ microbiologist  ଓ ତିନି ଜଣ lab technician ଙ୍କୁ ନିୟୋଜିତ କରାଯିବ । କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ  ସହାୟକ ହେବବୋଲି ଆଶା କରାଯାଉଛି ।

Related News