Top Stories

Search here...

News

କେବଳ ଏସିଆ ପାଇଁ ଅଶୋଧିତ ତେଲ ଦର ବୃଦ୍ଧିକଲା ସାଉଦି ଆରବ: ପଢନ୍ତୁ କାହିଁକି

Posted On - 2 weeks ago
Edited By Archana Aluk
LAST UPDATED Apr 20, 2021 08:58 PM

ସାଉଦି ଆରବର ବୃହତ୍ ତେଲ କମ୍ପାନୀ ଆରାମ୍କୋ ୟୁରୋପୀୟ ଦେଶ ଅପେକ୍ଷା ଏସିଆ ଦେଶମାନଙ୍କୁ ମଇ ମାସଠୁ ବର୍ଦ୍ଧିତ ଦରରେ ତେଲ ବିକ୍ରି କରିବ ।

 

BBSR Reporters

 

ନୂଆଦିଲ୍ଲୀ: ସାଉଦି ଆରବ ଅଶୋଧିତ ତେଲ ଦର ବୃଦ୍ଧି କରିଛି । ଏସିଆ ମହାଦେଶର ବିଭିନ୍ନ ଦେଶ ପାଇଁ ଏହି ଦର ମଇ ମାସ ଠାରୁ ଲାଗୁ କରାଯିବ । ୟୁରୋପୀୟ ଦେଶକୁ ଏହି ଦର ବୃଦ୍ଧି ଲାଗୁ ହେବ ନାହିଁ । ଅର୍ଥାତ୍ ସାଉଦି ଆରବର ବୃହତ୍ ତେଲ କମ୍ପାନୀ ଆରାମ୍କୋ ୟୁରୋପୀୟ ଦେଶ ଅପେକ୍ଷା ଏସିଆ ଦେଶମାନଙ୍କୁ ମଇ ମାସଠୁ ବର୍ଦ୍ଧିତ ଦରରେ ତେଲ ବିକ୍ରି କରିବ । ଭାରତର ସାଉଦି ଆରବରୁ ତେଲ ଆମଦାନୀ କମ୍ କରିବାର ଯୋଜନାର କୌଣସି ପ୍ରଭାବ ଏହା ଉପରେ ପଡ଼ିନାହିଁ ।

 

ରିପୋର୍ଟରୁ ଜଣାପଡ଼ିଛି ଯେ ସାଉଦି ଆରବ ଅଫିସିଆଲ୍ ସେଲିଂ ପ୍ରାଇସ୍ (ଓଏସ୍ପି)ରେ ୨୦ରୁ ୫୦ ସେଣ୍ଟ୍ ପ୍ରତି ବ୍ୟାରେଲ୍ ବୃଦ୍ଧି କରିଛି । ଅଶୋଧିତ ତେଲର ବିଭିନ୍ନ ଗେଡ୍ ଅନୁସାରେ ଏହି ଦର ବୃଦ୍ଧି ଲାଗୁ ହେବ । ଚୁକ୍ତିର ସର୍ତ୍ତ ଅନୁସାରେ ସାଉଦି ଆରବ ପ୍ରତି ମାସରେ ତେଲ ଦର ନିର୍ଦ୍ଧାରଣ କରିଥାଏ । ସାଉଦି ଆରବ ତେଲ ଦରରେ ବୃଦ୍ଧି କରିଥବା 

Related News