Top Stories

Search here...

News

ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ୨ ଆତଙ୍କବାଦୀ ନିହତ

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 08:33 AM

ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

 

 

BBSR Reporters

 

 

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସାଧାରଣ ଲୋକଙ୍କୁ ହତ୍ୟା କରାଯିବା ଘଟଣାରେ ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ଶ୍ମୀରର ବାନ୍ଦିପୋରା ଓ ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

 

 

ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାନ୍ଦିପୋରା ଅନ୍ତର୍ଗତ ହାଜିନ ସ୍ଥିତ ଗୁଣ୍ଡଜାହାଙ୍ଗିରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିହତ ହୋଇଛି। ନିହତ ଆତଙ୍କୀ ଜଣକ ହେଲା ଇମତିଆଜ ଦାର।

 

 

ସେ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟଂ(ଟିଆରଏଫ୍‌)ର ସଦସ୍ୟ। ନିକଟରେ ବାନ୍ଦିପୋରାର ଶାହଗୁଣ୍ଡ ଠାରେ ଜଣେ ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ସେ ସାମିଲ ଥିଲା। ଆଜି ଦାର ନିହତ ହେବା ଟିଆରଏଫ ପାଇଁ ଶକ୍ତ ଝଟକା। ତା’ ନିକଟରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

 

 

ବିଗତ ୭ ଦିନ ମଧ୍ୟରେ ଆତଙ୍କବାଦୀମାନେ କଶ୍ମୀରର ବିଭିନ୍ନ ସ୍ଥାନରେ ୫ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି। ଏହାକୁ ନେଇ ସାରା ଦେଶର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଥିବାରୁ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଥିଲା।

Related News