Top Stories

Search here...

News

ଆରୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ

Posted On - 1 month ago
Edited By Prabir Kumar
LAST UPDATED Nov 27, 2021 08:39 PM

କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହ ନିଶା କାରବାର ନେଇ  ପ୍ରମାଣ ଏନସିବି ହାତରେ ଲାଗିଛି ।

 

 

BBSR Reporters

 


ମୁମ୍ବାଇ:  ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଏବେ ଆର୍ଥର ରୋଡ ଜେଲରେ ରଖାଯାଇଛି । ପୁଅ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଭେଟିବାକୁ ଜେଲରେ ପହଞ୍ଚିଛନ୍ତି କିଙ୍ଗ ଖାନ ଶାହାରୁଖ । ଗତକାଲି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ  ।

 

 

 ଆରୟନଙ୍କ ସମେତ ଆଉ ଦୁଇଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା । ସେମାନେ ଥିଲେ ସହ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା  । ଆରୟନଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନେ୍ଧ ଓ ଅମିତ ଦେଶାଇ କୋର୍ଟଙ୍କ ନିକଟରେ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ  । ଏନସିବି ପକ୍ଷରୁ ସ୍ୱତନ୍ତ୍ର ସରକାର ଓକିଲ ଅଦ୍ୱୈତ ସେଥାନା ଆରୟନ ଓ ଅନ୍ୟମାନଙ୍କ ଜାମିନକୁ ବିରୋଧ କରିଥିଲେ  ।

 

 

ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି । ଏଥିସହିତ ଆରୟନ ଅନେକ ଡ୍ରଗ୍ଦ ପେଡଲରଙ୍କ ସହିତ ବି କଥା ହୋଇଥିବା ଜଣାଇ ସେ ସବୁର ପ୍ରମାଣ ଅଦାଲତକୁ ଦେଇଥିଲା ଏନସିବି । ତେବେ ଦିନକୁ ଦିନ ଆରୟନଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାରୁ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରି ତଦନ୍ତ ପାଇଁ ଏନସିବିକୁ ଆଉ କିଛି ଦିନ ସମୟ ଦେଇଛନ୍ତି ।

Related News