Top Stories
Search here...
News
ରିଲିଜ ହେଲା ରାଜ୍ୟପାଳ କଣ୍ଠଦାନ କରିଥିବା ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’
Posted On - 2 weeks ago
ସଂଗୀତରେ ଆଗଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ, ସୋନମ୍ ଦାସ, ଆଶୁତୋଷ ମହାନ୍ତି, ସବିଶେଷ ମିଶ୍ର, ବିଶ୍ୱଜିତ୍ ମହାପାତ୍ରଙ୍କ ସମେତ ପ୍ରମୁଖ ୧୪ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିବା ସହ ଅଭିନୟ ମଧ୍ୟ କରିଛନ୍ତି।
BBSR Reporters
ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ରିଲିଜ୍ ହୋଇଛି ରାଜ୍ୟପାଳ କଣ୍ଠଦାନ କରିଥିବା ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’। ଗୁରୁବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଭିଡିଓ କନଫେରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି। ଏଥିରେ ରାଜ୍ୟପାଳ କଣ୍ଠଦାନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ବାର୍ତ୍ତା ପ୍ରଦାନ କରିଛନ୍ତି।
ଏହି ଗୀତଟି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବସିତ ହୋଇଛି । ଧାନ ଓଳିଆ, ସବାରୀ, ଶଗଡ଼, ଗାଈ ଗୋଠ ଆଦି ଓଡ଼ିଆ କଥା, ଶବ୍ଦ ଲୁଚି ଯାଉଥିବା ବେଳେ ଗୀତରେ ଏହାକୁ ବଞ୍ଚାଇବାକୁ ପ୍ରୟାସ କରାଯାଇଛି। ଗୀତଟିକୁ ବସନ୍ତରାଜ ସାମଲ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ଭିଜୁଆଲ ନିର୍ଦ୍ଦେଶନା ଦେଇଛନ୍ତି ଜୟା ବିଶ୍ୱାସ। କୁହାଯାଉଛି ଯେ ଭାରତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ରାଜ୍ୟପାଳ ଏକ ଦେଶାତ୍ମବୋଧକ ସଙ୍ଗୀତରେ କଣ୍ଠଦାନ କରିଛନ୍ତି।
ସଂଗୀତରେ ଆଗଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ, ସୋନମ୍ ଦାସ, ଆଶୁତୋଷ ମହାନ୍ତି, ସବିଶେଷ ମିଶ୍ର, ବିଶ୍ୱଜିତ୍ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶିୟା ମିଶ୍ର, ପ୍ରଜ୍ଞା ପ୍ରସ୍ମିତା ହୋତା, ଶଶାଙ୍କ ଶେଖର, ବସନ୍ତରାଜ ସାମଲ ଏବଂ ଶ୍ରୀଚରଣ ମହାନ୍ତି ପ୍ରମୁଖ ୧୪ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିବା ସହ ଅଭିନୟ ମଧ୍ୟ କରିଛନ୍ତି। ଗତ ଫେବୃଆରୀ ୨୮ରେ ଗୀତଟିର ଡବିଂ ହୋଇଥିଲା। ଏଡି ଗୀତର ନିର୍ମାତା ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶାବାସୀ ପାଇଁ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ।