Top Stories

Search here...

News

କାଳିଆ, ପିଏମ୍ କିଷାନରୁ  କ୍ଷୁଦ୍ରଚାଷୀ ୧୦,୦୦୦ ଟଙ୍କାର ସହାୟତା ପାଇବେ

Posted On - 3 weeks ago
Edited By Sanyasi Moharana
LAST UPDATED Apr 19, 2021 11:22 PM

 

ପ୍ରତ୍ୟେକ କ୍ଷୁଦ୍ର ଚାଷୀ ଉଭୟ ଯୋଜନାରୁ ୧୦,୦୦୦ ଟଙ୍କାର ସହାୟତା ପାଇପାରିବେ ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ ସାହୁ ବିଧାନସଭାରେ ଏହା ପ୍ରକାଶ କରିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ବର୍ଷକୁ ଦୁଇଟି କିସ୍ତିରେ ମୋଟ୍ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଯୋଜନା ପିଏମ କିଷାନ ପ୍ରବର୍ତ୍ତନ ଯୋଗୁଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ବର୍ଷକୁ ତିନୋଟି କିସ୍ତିରେ ମୋଟ୍ ୬୦୦୦ ଟଙ୍କା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେଥିପାଇଁ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ବର୍ଷକୁ ମୋଟ୍ ୪,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଫଳରେ ପ୍ରତ୍ୟେକ କ୍ଷୁଦ୍ର ଚାଷୀ ଉଭୟ ଯୋଜନାରୁ ୧୦,୦୦୦ ଟଙ୍କାର ସହାୟତା ପାଇପାରିବେ । ବିଧାୟକ ନବଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ ସାହୁ ବିଧାନସଭାରେ ଏହା ପ୍ରକାଶ କରିଛନ୍ତି ।

Related News