Top Stories

Search here...

News

ହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗ ସାମିଲ : ଲେଖାଶ୍ରୀ ସାମନ୍ତସିଂହାର

Posted On - 3 weeks ago
Edited By Team BbsrReporters
LAST UPDATED May 12, 2021 11:38 PM

ରାଜ୍ୟ ଜେଲ ମହାନିଦେ୍ର୍ଧଶକ, ସମ୍ବଲପୁର ଜେଲ ଅଧିକ୍ଷକ ଓ ଜେଲ ଚିକିତ୍ସାଧିକାରୀ ଏବଂ ସହଯୋଗ କରିଥିବା ପୋଲିସ ଅଧିକାରୀଙ୍କୁ ତଦନ୍ତ କରାଯିବା ସହ ଉଚିତ୍ ଦଣ୍ଡବିଧାନ ପ୍ରଦାନ ନିହାତି ଆବଶ୍ୟକ ।

 

 

BBSR Reporters

 

 

ଭୁବନେଶ୍ୱର: କୁଖ୍ୟାତ ଓ ଦୁର୍ଦ୍ଧାନ୍ତ ଅପରାଧୀ ହାଇଦର କ୍ଷେତ୍ରରେ ଜେଲ କତୃପକ୍ଷ ସମସ୍ତ ଆଇନ ଓ ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ଜାଣିଶୁଣି ଅବହେଳା ପ୍ରଦର୍ଶନ କରିବା ସହ ଅକ୍ଷମଣୀୟ ଅପରାଧ କରିଛନ୍ତି । ହାଇଦର ଖସିଯିବା ପଛରେ ଗୃହ ବିଭାଗ ରହିଛି ଏବଂ ଏଥିପାଇଁ ରାଜ୍ୟ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ । ମାତ୍ର ବର୍ତମାନ ସୁଦ୍ଧା ଜେଲ୍ ମହାନିଦେ୍ର୍ଧଶକ ସନ୍ତୋଷ ଉପାଧ୍ୟାୟ, ସମ୍ବଲପୁର ଜେଲ୍ ଅଧିକ୍ଷକ ଏବଂ ଜେଲ୍ ଚିକିତ୍ସାଧିକାରୀଙ୍କୁ ଉତରଦାୟୀ କରାନଯିବା ଅତ୍ୟନ୍ତ ଦର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

 


ଜେଲ କତୃପକ୍ଷ ଓ ପୋଲିସ ସହାୟତାରେ କୁଷ୍ୟାତ ଅପାରଧୀ ହାଇଦରକୁ ଖସାଇ ଦିଆଗଲା । ତେଲେଙ୍ଗାନା ରାଜ୍ୟ ପୋଲିସ ହାଇଦରକୁ ଧରିଲେ । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟର ଗୃହବିଭାଗ ପୋଲିସ ଜରିଆରେ ଗଣମାଧ୍ୟମ ସମ୍ମୁଖକୁ ଆସି ଧରିଥିବାର କହି ବାଃ ବାଃ ସାଉଁଟିଲେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

 

୨-୨ ଥର ଆଜୀବନ କାରାଦଣ୍ଡ ଭୋଗି ସମ୍ବଲପୁର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଓ ଦୁର୍ଦ୍ଧାନ୍ତ ଅପରାଧୀ ହାଇଦରଚିକିତ୍ସାର ମିଛ ଆଳ ଦେଖାଇ ବାରମ୍ବାର କଟକ କେମିତି ଆସୁଥିଲା ? ତା ପାଖରେ ମୋବାଇଲ ଫୋନ, ନଗଦ ଟଙ୍କା ଆଦି କେମିତି ରହୁଥିଲା ? ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ରହି ବିରିୟାନୀ କିପରି ଖାଉଥିଲା ? ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ହାଇଦର ପାଖରେ ପୋଲିସ ସୁରକ୍ଷା ବ୍ୟବସ୍ଥା ନଥିଲା, କିନ୍ତୁ ତାର ଯୁବତୀ ବନ୍ଧୁ ଏବଂ ଅନ୍ୟ ଅପରାଧୀ ତତ୍ୱ ସାଙ୍ଗରେ ରହୁଥିଲେ । ଶେଷରେ କେମିତି ଓ କାହା ସହାୟତାରେ ଖସି ପଳାଇବାକୁ ସକ୍ଷମ ହୋଇଥିଲା ? ଏହି ଷଡଯନ୍ତ୍ର ପଛରେ ବହୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି ଏବଂ ଏହାର ପର୍ଦ୍ଧାଫାଶ ହେବା ନିହାତି ଆବଶ୍ୟକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

 


ଜେଲ୍ ବିଭାଗର ମୁଖ୍ୟ ହେଲେ ଗୃୃହମନ୍ତ୍ରୀ ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ।ରାଜ୍ୟ ଜେଲ ମହାନିଦେ୍ର୍ଧଶକ, ସମ୍ବଲପୁର ଜେଲ ଅଧିକ୍ଷକ ଓ ଜେଲ ଚିକିତ୍ସାଧିକାରୀ ଏବଂ ସହଯୋଗ କରିଥିବା ପୋଲିସ ଅଧିକାରୀଙ୍କୁ ତଦନ୍ତ କରାଯିବା ସହ ଉଚିତ୍ ଦଣ୍ଡବିଧାନ ପ୍ରଦାନ ନିହାତି ଆବଶ୍ୟକ । ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଷକତା ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

Related News