Top Stories

Search here...

News

ରାଜଧାନୀରୁ ଗିରଫ ହେଲା ସୁପାରି କିଲର

Posted On - 1 month ago
Edited By Prabir Kumar
LAST UPDATED Jan 17, 2022 10:10 PM

ଗତକାଲି ରାତିରେ ନୟାପଲ୍ଲୀ ଆଇଆରସି ଭିଲେଜ କୀଡନି କେୟାର ଅଫିସ ସାମ୍ନାରେ ଦୁଇ ଜଣ ବ୍ୟକ୍ତି ବନ୍ଧୁକ ଧରି ବୁଲୁଥିବା ପୋଲିସ ସୂଚନା ପାଇଥିଲା ।

 

BBSR Reporters

 


ଭୁବନେଶ୍ୱର: ରାଜଧାନୀରୁ ଗିରଫ ହେଲା ସୁପାରି କିଲର । ନୟାପଲ୍ଲୀ ଥାନା ପୁଲିସ ଜଣେ ସୁପାରି କିଲରକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।  ଗିରଫ ଅଭିଯୁକ୍ତଙ୍କୁ ଠାରୁ ପୋଲିସ ୨ଟି ବନ୍ଧୁକ ଓ ଗୁଳି ଜବତ କରିଛି । କମିସନରେଟ ପୁଲିସର ସୁରକ୍ଷା ବଳୟରେ ଥିବା ରାଜଧାନୀରେ ପଶି ଜଣେ ବ୍ୟବସାୟୀଙ୍କୁ ଗିରଫ କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ ।

 

ଗତକାଲି ରାତିରେ ନୟାପଲ୍ଲୀ ଆଇଆରସି ଭିଲେଜ କୀଡନି କେୟାର ଅଫିସ ସାମ୍ନାରେ ଦୁଇ ଜଣ ବ୍ୟକ୍ତି ବନ୍ଧୁକ ଧରି ବୁଲୁଥିବା ପୋଲିସ ସୂଚନା ପାଇଥିଲା । ପରେ ନୟାପଲ୍ଲୀ ଥାନା ଏସଆଇ  ସତ୍ୟ ବାରିକ ଏବଂ ଆରଏନ୍ ପାତ୍ର ସାଦା ପୋଷାକରେ ସେମାନଙ୍କ ଉପରେ ନଜର ରଖିଥିଲେ । ପରେ ପୋଲିସ ସେମାନଙ୍କ ପାଖକୁ ଯିବାରୁ ସେମାନଙ୍କ ମଧ୍ୟରୁ ଜଣେ ପୋଲିସକୁ ଧକ୍କା ମାରି ଦୌଡି ପଳାଇବାକୁ ସକ୍ଷମ ହୋଇଥିଲା । କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲା ।

 

ତାଙ୍କ ଠାରୁ ପୋଲିସ ଗୋଟିଏ ୯ ଏମଏମ ଏବଂ ଏବଂ ୭ ଏମଏମର ଦୁଇଟି ବନ୍ଧୁକ, ୮ ଟି ଗୁଳି ଏବଂ ଲଙ୍କା ପାଉଡର ଜବତ କରିଥିଲା ।   ଗିରଫ ଅଭିଯୁକ୍ତ ସମ୍ପଦଙ୍କ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ଅପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି । କୋଇଲା ଚାଲାଣ ବେଳେ ସମ୍ପଦ ବନ୍ଧୁକ ଧରି ଏକ୍ସର୍ଟ କରୁଥିବା ପୋଲିସ  କହିଛି । ୨୦୦୪, ୨୦୦୮, ୨୦୧୬ରେ ହତ୍ୟା ଓ ଡକାୟତି ମାମଲାରେ ସମ୍ପଦ ଜେଲ ମଧ୍ୟ ଯାଇଥିଲା ।

Related News