Top Stories

Search here...

News

ଜମ୍ମୁ-କଶ୍ମୀରରରେ ଆତଙ୍କବାଦୀ ଯବାନ ମୁହାଁମୁହିଁ; ସପ୍ତାହରେ ସହୀଦ ହେଲେଣି ୯ ଯବାନ

Posted On - 1 month ago
Edited By Team BbsrReporters
LAST UPDATED Dec 02, 2021 12:28 PM

କୌଣସି ଗୋଟିଏ ସ୍ଥାନରେ ଏତେ ଦିନ ଯାଏ ଏନକାଉଣ୍ଟର ଚାଲିବା ବିଗତ କିଛି ବର୍ଷ ମଧ୍ୟରେ ସମ୍ଭବତଃ ଜମ୍ମୁ-କଶ୍ମୀରରେ ପ୍ରଥମ ଘଟଣା ।

 

 

BBSR Reporters

 

 

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ସଶସ୍ତ୍ର ତାଲିମ ପ୍ରାପ୍ତ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟକୁ ୮ ଦିନ ବିତି ଗଲାଣି । ହେଲେ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି  । ସେମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରି ଗୁଳି କରୁଛନ୍ତି । ଆତଙ୍କବାଦୀଙ୍କ ସହ ଲଢେଇ କରି  ଏନକାଉଣ୍ଟରେ ଦୁଇ ଜଣ ଜେସିଓଙ୍କ ସମେତ ୯ ଜଣ ଯବାନ ସହିଦ ମଧ୍ୟ ହୋଇଛନ୍ତି ।

 

 

କିନ୍ତୁ କେତେ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ତା’ର ଖବର ମିଳିନି । କାରଣ ଏନକାଉଣ୍ଟର ଚାଲିଥିବାରୁ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ । କୌଣସି ଗୋଟିଏ ସ୍ଥାନରେ ଏତେ ଦିନ ଯାଏ ଏନକାଉଣ୍ଟର ଚାଲିବା ବିଗତ କିଛି ବର୍ଷ ମଧ୍ୟରେ ସମ୍ଭବତଃ ଜମ୍ମୁ-କଶ୍ମୀରରେ ପ୍ରଥମ ଘଟଣା ।

 


ପୁଲିସ ଓ ସେନା ପକ୍ଷରୁ ମିଳିଥିବା ସୂତ୍ର ଅନୁସାରେ, ପୁଞ୍ଚ ଜଙ୍ଗଲରେ ଆଠ ଦିନ ଧରି ଭାରତୀୟ ସେନାର ଶହଶହ ଯବାନଙ୍କ ସହ ଲଢେ଼ଇ କରୁଥିବା ଆତଙ୍କବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଆସିଛନ୍ତି । ସେମାନଙ୍କୁ ପାକିସ୍ତାନୀ ସେନା ହିଁ ତାଲିମ ଦେଇଛି । ନଚେତ ସେମାନେ କେବେ ହେଲେ ଏତେଦିନ ଲଢେ଼ଇ କରିପାରି ନଥାଆନ୍ତେ ।

 

 

ସାଧାରଣତଃ ଆତଙ୍କବାଦୀମାନେ ଦୁଇରୁ ୩ ଦିନ ମଧ୍ୟରେ ହିଁ ନିହତ ହୋଇଯାଆନ୍ତି । ପ୍ରଥମଥର ପାଇଁ ୮ ଦିନ ହେଲା ଗୁଳି ବିନିମୟ ଜାରି ରହିଛି । ତେଣୁ ଭାରତ ବିରୋଧରେ ପାକିସ୍ତାନ ସାଂଘାତିକ ଷଡ଼ଯନ୍ତ୍ର କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଞ୍ଚ ଜଙ୍ଗଲରେ ଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ପାକିସ୍ତାନୀ କମାଣ୍ଡୋ ମଧ୍ୟ ରହିଥିବା କୁହାଯାଉଛି । ତେବେ ଏନକାଉଣ୍ଟର ସରିବା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ ।

 

 

ବର୍ତ୍ତମାନ ଯବାନମାନେ ଜଙ୍ଗଲର ଗୋଟିଏ ଅଞ୍ଚଳକୁ ଘେରି ରହିଛନ୍ତି । ଏହି ଅପରେସନରେ ପାରା କମାଣ୍ଡୋ ଓ ହେଲିକପ୍ଟର ବ୍ୟବହାର କରାଯାଉଛି । ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ଼ିଆ ଅଞ୍ଚଳରେ ଆତଙ୍କୀମାନେ ଲୁଚି ରହିଥିବାରୁ ଅପରେସନରେ ବାଧା ଉପୁଜୁଥିବା କୁହାଯାଉଛି ।

 


ପୁଞ୍ଚରେ ସୁରକ୍ଷାକର୍ମୀମାନଙ୍କ ସହ ଲଢେ଼ଇ କରୁଥିବା ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତରେ ଅନୁପ୍ରବେଶ କରିଛନ୍ତି । ଏମାନଙ୍କୁ ଲଢେ଼ଇର ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ପାକିସ୍ତାନ ସେନାର କମାଣ୍ଡୋଙ୍କ ଠାରୁ ତାଲିମ ପାଇବା ପରେ ସେମାନେ ଭାରତରେ ଅନୁପ୍ରବେଶ କରିଛନ୍ତି । ଏପରି କି କିଛି ପାକ୍ କମାଣ୍ଡୋ ମଧ୍ୟ ଆତଙ୍କୀଙ୍କ ସହ ରହି ଭାରତୀୟ ଯବାନଙ୍କ ସହ ଲଢେ଼ଇ କରୁଥିବା ସନେ୍ଦହ ସୃଷ୍ଟି ହୋଇଛି । ତେଣୁ ସେମାନେ ବେଶ ଯୋଜନାବଦ୍ଧ ଭାବେ ଭାରତୀୟ ସୁରକ୍ଷାକର୍ମୀଙ୍କ ସହ ୮ ଦିନ ହେଲା ଲଢ଼ୁଛନ୍ତି ।

 

 

ଅକ୍ଟୋବର ୧୦ରୁ ଘଞ୍ଚ ଜଙ୍ଗଲର ୮ରୁ ୯ କିମି ଅଞ୍ଚଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ଧରଣର କମ୍ବିଂ କରାଯାଉଥିବା ବେଳେ ଏଯାଏ ଆତଙ୍କବାଦୀମାନେ ଗୁଳି ମାଡ଼ ବନ୍ଦ କରି ନାହାନ୍ତି । ପ୍ରଥମେ ୧୦ ଅକ୍ଟୋବର ରାତିରେ ପୁଞ୍ଚର ଡେରା ୱାଲି ଗଲିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।

 

 

ଏଥିରେ ଜଣେ ଜେସିଓଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ । ଏହି ଅଞ୍ଚଳଟି ଏଲଓସିକୁ ଲାଗି ରହିଛି । ଏହାର ବଦଲା ନେବାକୁ ସୋମବାର ଠାରୁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । ତେବେ ଅକ୍ଟୋବର ୧୪ରେ ପୁଞ୍ଚର ନାର ଖାସ୍ ଜଙ୍ଗଲରେ ହୋଇଥିବା ଏନକାଉର୍ଣ୍ଟରେ ପୁଣି ଦୁଇ ଜଣ ଯବାନ ସହିଦ ହୋଇଥିଲେ । ସେହିପରି ଜଣେ ଯବାନ ଓ ଜଣେ ଜେସିଓ ନିଖୋଜ ହୋଇଯାଇଥିଲେ । ଦୀର୍ଘ ୪୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଭୟ ଯବାନଙ୍କ ମୃତଦେହ ସୁରକ୍ଷାକର୍ମୀମାନେ ଠାବ କରିବାକୁ ସକ୍ଷମ ହୋଇଥିଲେ ।

Related News