Top Stories

Search here...

News

ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଆଜି ପ୍ରକାଶ

Posted On - 5 days ago
Edited By Team BbsrReporters
LAST UPDATED Jan 19, 2022 01:26 AM

ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାନୁୟାରୀ ୧୭ ତାରିଖରୁ ୨୧ ଯାଏଁ ଚାଲିବ । ମନୋନୟନ ପତ୍ର ଯାଂଚ ୨୨ ତାରିଖରେ ହେବ ।

 

BBSR Reporters

 

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି ।  ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାନୁୟାରୀ ୧୭ ତାରିଖରୁ ୨୧ ଯାଏଁ ଚାଲିବ । ମନୋନୟନ ପତ୍ର ଯାଂଚ ୨୨ ତାରିଖରେ ହେବ । ଜାନୁଆରୀ ୨୫ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ । ଏଥର ଫେବୃଆରୀରେ ୫ଟି ପର୍ଯ୍ୟାୟରେ ହେବ ପଂଚାୟତ ନିର୍ବାଚନ । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ ।

 


କୋଭିଡ ଯୋଗୁଁ ଏଥର କଟକଣାରେ ହେବ ନିର୍ବାଚନ । ସମାବେଶ, ପଦଯାତ୍ରା ଓ ଶୋଭାଯାତ୍ରା ଉପରେ ଏଥର ରୋକ୍ ଲଗାଯାଇଛି । ନାମାଙ୍କନ ଦାଖଲ ବେଳେ କେବଳ ଜଣେ ଯିବେ । ଭର୍ଚୁଆଲରେ ପ୍ରଚାର ଉପରେ ଜୋର ଦିଆଯାଇଛି । ୫ ଜଣଙ୍କ ସହ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରି ପାରିବେ । ୫ ଜଣଙ୍କ ମୁହଁରେ ମାସ୍କ ରହିବା ବାଧ୍ୟତାମୂଳକ କରାଯାଇଛି । ବିଜୟ ପରେ ଶୋଭାଯାତ୍ରାକୁ ମନା କରାଯାଇଛି ।
ଭୋଟଗଣତି କେନ୍ଦ୍ର ବାହାରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି ।

Related News