Top Stories

Search here...

News

୯ଥ୍ ଷ୍ଟ୍ରିଟ୍ ରେଷ୍ଟୁରାଣ୍ଟର ହଲକୁ ସିଲ କଲା ବିଏମସି

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 10:33 PM

କୋଭିଡ ନିୟମ ଉଲଙ୍ଘନ କରି ଦାଣ୍ଡିଆ ନୃତ୍ୟ ଆୟୋଜନ କରିବାକୁ ଯୋଜନା କରୁଥିବା ଅଭିଯୋଗରେ ହଲକୁ ସିଲ କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜଧାନନୀରେ  ସିଲ୍ ହେଲା ରେଷ୍ଟୁରାଣ୍ଟ । ନିକୋ ପାର୍କ ନିକଟରେ ଥିବା ନାଇନ୍ଥ ଷ୍ଟ୍ରିଟ୍ ନାମକ ରେଷ୍ଟୁରାଣ୍ଟର ହଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) । ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନନେଇ ଦାଣ୍ଡିଆ ନୃତ୍ୟ ଆୟୋଜନ କରିବାକୁ ଯୋଜନା କରୁଥିବା ଅଭିଯୋଗରେ ହଲକୁ ସିଲ କରାଯାଇଛି ।

 

ଆଚାର୍ଯ୍ୟ ବିହାର ନିକୋ ପାର୍କ ପାଖରେ ରହିଛି ନାଇନ୍ଥ ଷ୍ଟ୍ରିଟ୍ ରେଷ୍ଟୁରାଣ୍ଟ । ଏଠାରେ ଆଜି ଓ ଆସନ୍ତାକାଲି ନବରାତ୍ରୀ ଅବସରରେ ଦାଣ୍ଡିଆ ନୃତ୍ୟ ପରିବେଷଣ ପାଇଁ ଯୋଜନା କରାଯାଇଥିଲା । ଏପରିକି ସୋଶାଲ୍ ମିଡ଼ିଆ ମାଧ୍ୟମରେ ଟିକେଟ ବିକ୍ରି କରାଯାଇଥିଲା । ଟିକେଟର ମୂଲ୍ୟ ଜଣକା ୬୪୯ ରଖାଯାଇଥିବା ଏ ସମ୍ପର୍କରେ ଖବର ପାଇ ବିଏମ୍ସି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ଥିଲା । ତନାଘନା କରିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ବିଏମ୍ସି ସିଲ୍ କରିଛି ।

 

ପୂଜା ଅବସରରେ କୋଭିଡ୍ ଗାଇଡ୍ଲାଇନ୍କୁ କଠୋର କରିଛି ବିଏମ୍ସି । ରାଜଧାନୀରେ ବିନା ଅନୁମତି କୌଣସି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା । ଏହା ସତ୍ତ୍ୱେ କୋଭିଡ୍ ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରି ଦାଣ୍ଡିଆ ନୃତ୍ୟ ପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା । ଯେଉଁଥିପାଇଁ ଆଜି ବିଏମ୍ସି ରେଷ୍ଟୁରାଣ୍ଟକୁ ସିଲ୍ କରିଛି ।
 

Related News