Top Stories

Search here...

News

ବହୁ ପୁରାତନ କଇଁଫୁଲିଆ ସେତୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted On - 2 weeks ago
Edited By Team BbsrReporters
LAST UPDATED Apr 21, 2021 12:31 AM

ଆସିକା କଇଁଫୁଲିଆ ନାଳ ଉପରେ ୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମିତ ହୋଇଛି । 

 

BBSR Reporters

 


ଆସିକା: ଆସିକା କଇଁଫୁଲିଆ ନୂତନ ହାଇଲେଭଲ ସେତୁୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆସିକା କଇଁଫୁଲିଆ ନାଳ ଉପରେ ପୂର୍ତ୍ତ ବିଭାଗ ନିର୍ମିତ ସେତୁ ୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ଏହି ସେତୁଟି ଆସିକା, ସୋରଡା, ପିପଳାପଙ୍କା, ଗାଜଲବାଡି ପୂର୍ତ୍ତ ବିଭାଗ ରାସ୍ତା ଆସିକାକୁ ସଂଯୋଗ କରୁଛି ।

 


 ବହୁ ପୁରାତନ କଇଁଫୁଲିଆ ନାଳ ଉପରେ ଥିବା ପୋଲଟି ଜରାଜୀର୍ଣ୍ଣ, ସଂକୀର୍ଣ୍ଣ ସାଙ୍ଗକୁ ଗତ ଫାଇଲିନ, ହୁଡୁହୁଡୁ, ତିତଲି ବାତ୍ୟାରେ ପ୍ରଭାବିତ ହୋଇଥିଲା । ଯଦ୍ୱାରା ଏହି ନାଳ ଦେଇ ଜଳ ନିଷ୍କାସନ ହୋଇ ପାରୁନଥିଲା । ଏହି ଅଞ୍ଚଳରେ ବନ୍ୟା ସୁଷ୍ଟି ହୋଇ ମୁଖ୍ୟ ଆସିକା-ଭୁବନେଶ୍ୱର ରାସ୍ତା ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା । ଏହି ସମସ୍ୟା ଦୂର ପାଇଁ ପ୍ରାୟ ୩କୋଟି ୩୩ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଅଧିନରେ ନୂତନ ପୋଲ ନିର୍ମାଣ ଯୁଦ୍ଧକାଳିନ ଭିତିରେ ସମାପ୍ତି ହୋଇଥିଲା । ଏହା ଦୁଇ ମାସରୁ ଉର୍ଦ୍ଧ ହେଲା ସମ୍ପୂର୍ଣ୍ଣ କାର୍ଯ୍ୟସାରି ଉଦଘାଟନ ପାଇଁ ଅପେକ୍ଷା ରହିଥିଲା । ଏହି ହାଇଲେଭଲ ସେତୁ ଦ୍ୱାରା ଏବେ ବର୍ଷ ସାରା ଯାତାୟତର ସମାଧାନ ହୋଇପାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିକାରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଉଦଘାଟନ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବିଜୁ ବାବୁ ସମୟରେ ଦୁଇଟି ପୁରୁଣା ସେତୁ ନୂତନ ଭାବେ ନିର୍ମାଣ କରାଯାଇଛି । ଆସିକା, ଭଞ୍ଜନଗର ଛତ୍ରପୁର ଓ ଅନ୍ୟ ସହର ଭୁବନେଶ୍ୱରକୁ ଯିବା ପାଇଁ ଦୂରତା କମିଯିବ । ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା  ଓ ବାଣିଜ୍ୟ କେନ୍ଦ୍ର । ଏହି ଜିଲ୍ଲା ଜନସାଧାରଣ ଓ ସେମାନଙ୍କ ପରିଶ୍ରମ ପାଇଁ ଖୁବ ସୁନାମ ଅର୍ଜନ କରିଛି । ତେଣୁ ଏହି ସେତୁ ସେମାନଙ୍କ ବାଣିଜ୍ୟ ପାଇଁ ଖୁବ ମୂଲ୍ୟବାନ ସାଙ୍ଗକୁ ବ୍ୟବସାୟ ଉନ୍ନତିରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିିଜୟ ଅମୃତ କୁଲାଙ୍ଗେ,  ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । 

Related News