Top Stories

Search here...

News

 ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ କଲା କ୍ରାଇମବ୍ରାଂଚ

Posted On - 1 month ago
Edited By Team BbsrReporters
LAST UPDATED Jan 08, 2022 07:54 AM

୨୦୧୭ ମସିହାରେ ଜୟପୁର ଥାନାରେ ହୋଇଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ କ୍ରାଇବ୍ରାଂଚ ଜୟପୁର ପୁଲିସ ଷ୍ଟେସନରେ ତତ୍କାଳୀନ ଆଇଆଇସି ତପନ ନାରାୟଣ ରଥଙ୍କ ନାଁରେ ମାମଲା ରୁଜୁ କରିଛି ।

 

 

BBSR Reporters

 

 

ଜୟପୁର: ୪ଜଣ ପୁଲିସ ଅଧିôକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଂଚ । ୨୦୧୭ ମସିହାରେ ଜୟପୁର ଥାନାରେ ହୋଇଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ କରିବ କ୍ରାଇବ୍ରାଂଚ । ଏହି ଘଟଣାରେ ଜୟପୁର ପୁଲିସ ଷ୍ଟେସନରେ ତତ୍କାଳୀନ ଆଇଆଇସି ତପନ ନାରାୟଣ ରଥଙ୍କ ନାଁରେ ମାମଲା ରୁଜୁ ହୋଇଛି ।

 

 

ସେହିପରି ପୂର୍ବତନ ସବ୍ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ ଓ ରାଜେଶ ବଳିଆରସିଂଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏହା ସହ ଏହି ମାମଲାରେ ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଂଚ ଏଏସପି ରାମଚନ୍ଦ୍ର ଥମ୍ବ ଏହି ହତ୍ୟା ମାମଲାର ଛାନଭିନ କରିବେ ।

Related News