Top Stories

Search here...

News

ଘୋଷଣା ହେଲା ତାରିଖ: ମେ ୧୩ରେ ହେବ ପିପିଲି ଉପ ନିର୍ବାଚନ 

Posted On - 3 weeks ago
Edited By Team BbsrReporters
LAST UPDATED May 12, 2021 04:45 PM

 

ଏପ୍ରିଲ ୨୬ ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି।ଏଥର କେବଳ କଂଗ୍ରେସ ପ୍ରାର୍ଥୀ ଦେବ ।


BBSR Reporters

 


ପିପିଲି: ପିପିଲି ଉପ ନିର୍ବାଚନ ନେଇ ନୂଆ ତାରିଖ ଘୋଷଣା କରାଯାଇଛି। ଆସନ୍ତା ମେ ୧୩ ତାରିଖରେ ପିପିଲିରେ ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ମେ ୧୬ ତାରିଖରେ ଭୋଟ୍ ଗଣତି ହେବ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରି ଏସକେ ଲୋହାନୀ ସୂଚନା ଦେଇଛନ୍ତି।

 

ଏପ୍ରିଲ ୧୯ ରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏପ୍ରିଲ ୨୬ ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଥିବା ବ୍ରଲର ୨୭ରେ ଯାଞ୍ଚ ପକ୍ରିୟା ଶେଷ ହେବ। ୨୯ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ତେବେ ଏଥର  କଂଗ୍ରେସ ହିଁ ନୂଆ ପ୍ରାର୍ଥୀ ଦେବ ।

 

ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପୁରୀ ଏଡିଏମ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କରିଥିଲେ। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

 

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିଛି । ଏପରି ସ୍ଥଳେ ଦଳ ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।ତେବେ ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି ।

Related News