Top Stories

Search here...

News

କେରଳ  ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;୧୨ରୁୁ ଅଧିକ ଏବେବି ନିଖୋଜ 

Posted On - 1 month ago
Edited By Team BbsrReporters
LAST UPDATED Dec 03, 2021 07:14 PM

ଘଟଣାସ୍ଥଳରୁ ଆଜି ଉଦ୍ଧାରକାରୀମାନେ ୩ଟି ଅଚିହ୍ନା ଶବ ଉଦ୍ଧାର କରିଛନ୍ତି ।

 

BBSR Reporters

 

ଥିରୁବନନ୍ତପୁରମ: କେରଳର କୋଟ୍ଟାୟମ ଏବଂ ଲୁଡ଼ୁକି ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ଘଟିଛି । ୧୨ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ, ଏଡିଆରଏଫ ଏବଂ ସେନା ପକ୍ଷରୁ ମିଳିତ ପ୍ରୟାସ କରାଯାଇଛି ।

 

କେରଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଆଜି କୋଟ୍ଟାୟମ ଏବଂ ଲୁଡ଼ୁକି ଜିଲ୍ଲାରେ ମୂଷଳଧାରାରେ ବର୍ଷା ହେବାରୁ ସେଠାରେ ଭୂସ୍ଖଳନ ହୋଇ ଅନେକ ଲୋକ ନିଖୋଜ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରୁ ଆଜି ଉଦ୍ଧାରକାରୀମାନେ ୩ଟି ଅଚିହ୍ନା ଶବ ଉଦ୍ଧାର କରିଛନ୍ତି ।

 

ଗୃହମନ୍ତ୍ରୀ ଅମିତ ଶାହ ଆକାଶ ମାର୍ଗରୁ କେରଳ ସ୍ଥତି ପରକ୍ଷୀବା ସହ କହିଛନ୍ତି ଯେ,  କେରଳର ପରିସ୍ଥିତି ଉପରେ ଆମେ ନଜର ରଖିଛୁ । ସହାୟତା ଲୋଡୁଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବେ । ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ‘ଏନ୍ଡିଆରଏଫ୍’ ଟିମ୍ ପଠାସରିଛି । ସେହିପରି ଏବେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଛି । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ବିପର୍ଯ୍ୟୟ ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ୍ ଶିବିର ଖୋଲାଯାଇଥିବା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି  ।

Related News