Top Stories

Search here...

News

ଭାରତରେ କରୋନା ସଂକ୍ରମଣ ବଢୁଥିବାର ୪ କାରଣ କହିଲେ ନୀତି ଆୟୋଗର ସଦସ୍ୟ ଡାକ୍ତର ଭି.କେ. ପଲ୍ 

Posted On - 1 month ago
Edited By Team BbsrReporters
LAST UPDATED Jul 31, 2021 07:02 PM

ନୂତନ ସଂକ୍ରମଣ କିଭଳି ବଢୁଛି ବୋଲି ପଚାରା ଯିବାରୁ ଡାକ୍ତର ଭି.କେ. ପଲ୍ କହିଛନ୍ତି ସଂକ୍ରମଣର ନୂତନ ପ୍ରବାହ ନିମନ୍ତେ ୪ଟି କାରଣ ରହିଛି ।

 

BBSR Reporters

 

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର କମୁୁଥିବା ବେଳେ ନୂଆ ‘ଭେରିଆଣ୍ଟ’ ଯୋଗୁଁ ତୃତୀୟ ପ୍ରବାହ ଆସିପାରେ ବୋଲି କୁହାଯାଉଛି । ଏପରି ସ୍ଥଳେ ଆମେ ଦାୟିତ୍ୱହୀନ ଆଚରଣ ବନ୍ଦ କଲେ କରୋନା ସଂକ୍ରମଣକୁ ପ୍ରତିହତ କରିହେବ ବୋଲି ‘ନୀତି ଆୟୋଗ’ର ସଦସ୍ୟ ଡାକ୍ତର ଭି.କେ. ପଲ୍ ମଙ୍ଗଳବାର ଦିନ କହିଛନ୍ତି ।

 

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ ଲୋକମାନଙ୍କୁ ବେପରୁଆ ନ ହେବା ଲାଗି ଡାକ୍ତର ପଲ୍ ସର୍ବସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି, ଏମିତି କେତେକ ଦେଶ ଅଛି, ଯେଉଁଠି ଦ୍ୱିତୀୟ ପ୍ରବାହ ଆସିନାହିଁ । ଆମେ ଯଦି ରୀତିମତେ ଚଳିବା ଏବଂ ଦାୟିତ୍ୱହୀନ କାର୍ଯ୍ୟକଳାପରେ ମାତିବା ନାହିଁ; ସଂକ୍ରମଣ ଘଟିବ ନାହିଁ । ଏଇଟା ହେଉଛି ରୋଗ ନିୟନ୍ତ୍ରଣ ସଂକ୍ରାନ୍ତ ସରଳ ନିୟମ ବୋଲି ସେ କହିଛନ୍ତି ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-ସଙ୍ଗତ ଆଚରଣ ମାନିବା ଏବଂ ଟିକଚରଣ ଦ୍ୱାରା ସଂକ୍ରମଣ ପ୍ରବାହ ନିୟନ୍ତ୍ରଣ କରି ହେବ । ଏବଂ ଆବଶ୍ୟକ ସ୍ଥଳେ ଏଡ଼ାଇ ମଧ୍ୟ ହେବ । ନୂତନ ସଂକ୍ରମଣ କିଭଳି ବଢୁଛି ବୋଲି ପଚାରା ଯିବାରୁ ଡାକ୍ତର ପଲ୍ କହିଲେ, ସଂକ୍ରମଣର ନୂତନ ପ୍ରବାହ ନିମନ୍ତେ ୪ଟି କାରଣ ରହିଛି ।

 

ପ୍ରଥମଟି ହେଉଛି ଭୂତାଣୁର ଆଚରଣ । ଅର୍ଥାତ୍ ବିସ୍ତାର ଲାଭ କରିବା ପାଇଁ ଭୂତାଣୁର ସାମର୍ଥ୍ୟ ଏବଂ ଦକ୍ଷତା ରହିଛି ।

 

ଦ୍ୱିତୀୟଟି ହେଉଛି ଆତିଥ୍ୟ-ଗ୍ରହୀତା: ବଞ୍ଚି ରହିବା ପାଇଁ ଭୂତାଣୁ ଆତିଥ୍ୟ-ଗ୍ରହୀତା ସନ୍ଧାନ କରେ । ଅନ୍ୟ ଅର୍ଥରେ କହିବାକୁ ଗଲେ ପରାଙ୍ଗପୁଷ୍ଟ ହୋଇଥିବାରୁ ବଞ୍ଚି ରହିବା ପାଇଁ ଭୂତାଣୁ ଅନ୍ୟ ପ୍ରାଣୀ ଉପରେ ନିର୍ଭର କରେ । ତେଣୁ, ଆମେ ଯଦି ଟିକା ନେଇ ଅଥବା ପୂର୍ବ ସଂକ୍ରମଣ ସୁରକ୍ଷିତ ନ ରହିବା, ତେବେ ଆମେ ମଧ୍ୟ ଭୂତାଣୁ ପାଇଁ ଆତିଥ୍ୟ-ଗ୍ରହୀତା ପାଲଟିଯିବା ।

 

ତୃତୀୟଟି ହେଉଛି ବ୍ୟାପ୍ତିଶୀଳତା । ଗୁଣସୂତ୍ର-କ୍ରମ ପରିବର୍ତ୍ତନ କ୍ଷେତ୍ରରେ ଭୂତାଣୁ ଖୁବ୍ ସକ୍ରିୟ ହୋଇ ଅଧିକ ବ୍ୟାପ୍ତିଶୀଳ ହୋଇପାରେ । ପୂର୍ବରୁ ୩ ଜଣ ଆତିଥ୍ୟଦାତାଙ୍କୁ ଆକ୍ରାନ୍ତ କରୁଥିବା ସେହି ଏକା ଭୂତାଣୁର ଗୁଣସୂତ୍ର-କ୍ରମ ପରିବର୍ତ୍ତନ ଘଟିଲେ ତାହା ୧୩ଜଣଙ୍କୁ ଆକ୍ରାନ୍ତ କରିପାରେ । ଭୂତାଣୁର ଗୁଣସୂତ୍ର-କ୍ରମ ପରିବର୍ତ୍ତନ ସମ୍ଭାବନା କଥା ଆଗତୁରା କହିହେବ ନାହିଁ । ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ଭୂତାଣୁର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ମଧ୍ୟ କରି ହେବନାହିଁ ।

 

ଚତୁର୍ଥଟି ହେଉଛି ସୁଯୋଗ । ଅର୍ଥାତ୍ ବିସ୍ତାର ଲାଭ କରିବା ପାଇଁ ଭୂତାଣୁକୁ ସୁଯୋଗ ଦେବ । ମହାମାରୀ ସମୟରେ ଯଦି ଆମେ ଏକତ୍ର ବସିବା, ଭୋଜନ କରିବା, ଗହଳି କରିବା, ମାସ୍କ୍ ପରିଧାନ ନ କରି ଆବଦ୍ଧ ପରିସରରେ ବସିବା ତେବେ, ସଂକ୍ରମଣ ବୃଦ୍ଧି ପାଇଁ ଭୂତାଣୁ ସୁଯୋଗ ପାଇବ ।


 

Related News