Top Stories

Search here...

News

ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କଣିବାକୁ ସରକାର ପ୍ରସ୍ତୁତ: ଯୋଗାଣ ମନ୍ତ୍ରୀ

Posted On - 1 month ago
Edited By Team BbsrReporters
LAST UPDATED Apr 20, 2021 09:00 PM

୧୦୦ ଜଣ ପ୍ୟାକସ୍ ସଂପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ଏତଦ୍ ବ୍ୟତୀତ ୭ ଜଣ କର୍ମକର୍ତ୍ତାଙ୍କୁ ବହିଷ୍କାର କରାଯାଇଛି ।

 

BBSR Reporters

 

ଭୁବନେଶ୍ୱର: ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କଣିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତେବେ ଯେଉଁଠି ପ୍ରକୃତ ଚାଷୀଙ୍କର ଧାନ ଉଠିନପାରୁଛି ସେ କ୍ଷେତ୍ରରେ ବିଧାୟକମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୦୦ ଜଣ ପ୍ୟାକ୍ସ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି ବୋଲି ଖାଦ୍ୟ ଯୋଗଣ ଓ ସମବାୟ ମନ୍ତ୍ରୀ ରଣନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

 

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ, ରାଜ୍ୟରେ ଚଳିତ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଅଦ୍ୟାବଧି ସର୍ବମୋଟ ୬୧.୨୪ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଛି । ସଂଗୃହୀତ ଧାନର ମୂଲ୍ୟ ୧୧,୪୪୧ କୋଟି ଟଙ୍କା । ଧାନ କ୍ରୟ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଏହା ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲୁ ରହିବ । କୌଣସି ପଞ୍ଜିକୃତ ଯୋଗ୍ୟ ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତା’ହା ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ବିଗତ ଖରିଫରେ ଏହି ସମୟ ସୁଦ୍ଧା ୫୧.୭୩ ଲକ୍ଷ ଟନ୍ ଧାନ କ୍ରୟ କରଯାଇଥିଲା । ଅର୍ଥାତ୍ ୨୦୨୦ ଖରିଫରେ ସର୍ବମୋଟ ୫୩.୩୧ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ବିଗତ ଖରିଫ ତୁଳନାରେ ଚଳିତ ଖରିଫରେ ଧାନ କ୍ରୟର ହାର ୧୮% ଅଧିକ ରହିଛି । ଚଳିତ ଖରିଫରେ ଅଦ୍ୟାବଧି ୧୧.୫୦ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଗତ ବର୍ଷ ଏହି ସମୟକୁ ସରକାରଙ୍କୁ ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୩୦ ଲକ୍ଷ  । ଚଳିତ ବର୍ଷ ଚାଷୀ ଅଂଶଗ୍ରହଣରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । 


ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ, ବିଗତ ଧାନ ସଂଗ୍ରହ ବର୍ଷ ୨୦୧୭-୧୮,  ୨୦୧୮-୧୯ ଓ ୨୦୧୯-୨୦ର ଖରିଫରେ ଯଥା କ୍ରମେ ସର୍ବମୋଟ ୩୮.୨୧ ଲକ୍ଷ ଟନ୍, ୫୧.୫୬ ଲକ୍ଷ ଟନ୍ ଓ ୫୩.୩୧ ଲକ୍ଷ ଟନ୍ ଧାନ ସଂଗ୍ରହ ହେଇଥିଲା । ସେହିପରି ଉକ୍ତ ବର୍ଷ ମାନଙ୍କରେ ଖରିଫରେ ସରକାରଙ୍କୁ ଧାନ ବିକ୍ରୀ କରିଥିବା ଚାଷୀଙ୍କର ସଂଖ୍ୟା ଯଥାକ୍ରମେ ୬.୮୭ ଲକ୍ଷ, ୮.୬୪ ଲକ୍ଷ ଓ ୯.୫୬ ଲକ୍ଷ ରହିଥିଲା ଏବଂ କ୍ରୟ କରାଯାଇଥିବା ଧାନର ମୂଲ୍ୟ ଯଥାକ୍ରମେ ୫,୯୨୩ କୋଟି, ୯,୦୨୪ କୋଟି ଓ ୯,୬୭୬ କୋଟି ରହିଥିଲା । ଇତିମଧ୍ୟରେ ଧାନ କ୍ରୟ କାର୍ଯ୍ୟକୁ ନିର୍ବିଘ୍ନରେ ସମ୍ପାଦନ ନିମନ୍ତେ ନିମ୍ନମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ବଲାଙ୍ଗିର ଜିଲ୍ଲାର ୪ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ଗୋଟିଏ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ଧାନକ୍ରୟ କେନ୍ଦ୍ର ପୁନର୍ବାର ଚାଲୁ କରାଯାଇ ୫୦ ଜଣ ଚାଷୀଙ୍କଠାରୁ ୨୬୩୬.୦୬ କ୍ୱିଣ୍ଟାଲଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଟୋକନ୍ ଲାପ୍ସ ହୋଇଯାଇଥିବା ପ୍ରାୟ ୪୫୦ ଜଣ ଚାଷୀଙ୍କର ଅନୁସନ୍ଧାନ ଚାଲୁ ରହିଛି । 

 

ବଲାଙ୍ଗିର ଜିଲ୍ଲାରୁ ଆସିଥିବା ପ୍ରାୟ ୪୦୦ ଜଣ ନକଲି ଚାଷୀଙ୍କ ବାବଦ ଅଭିଯୋଗ ସଂକ୍ରାନ୍ତରେ ଆବଶ୍ୟକୀୟ ତଦନ୍ତ କରାଯାଉଛି । ଅନ୍ୟ ଜିଲ୍ଲାରୁ ଏ ବାବଦରେ ନିର୍ଦ୍ଧିଷ୍ଟ ଅଭିଯୋଗ ହସ୍ତଗତ ହେଲେ ତାହା ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ୧୦୦ ଜଣ ପ୍ୟାକସ୍ ସଂପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ଏତଦ୍ ବ୍ୟତୀତ ୭ ଜଣ କର୍ମକର୍ତ୍ତାଙ୍କୁ ବହିଷ୍କାର କରାଯାଇଛି । ପଦ୍ମପୁର ଆରଏମ୍ସ ସଂପାଦକଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ଚାନ୍ଦବାଲି ଆରଏମ୍ସି ସଂପାଦକଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଉଛି । ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଗଜପତି ଏବଂ ଭଦ୍ରକ ଜିଲ୍ଲାରେ ଧାନ କ୍ରୟ କାର୍ଯ୍ୟରେ ଜାଲିଆତି କରିଥିବା ଦୁଇ ଜଣ ଚାଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯାଇଛି । 

 

ଯେଉଁ ଜିଲ୍ଲା ଗୁଡିକରେ ତଦନ୍ତ କାର୍ଯ୍ୟ ଚାଲୁ ରହିଛି ତାହା ଠିକଣା ସମୟରେ ସମାପନ କରାଯିବ ଏବଂ ପଞ୍ଜିକୃତ ହୋଇଥିବା ପ୍ରକୃତ ଚାଷୀମାନଙ୍କର ଧାନ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ଉଠାହେବ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଜଣାଇବାକୁ ଚାହୁଁଚି ଯେ ଯଦି କୌଣସି ପଞ୍ଜିକୃତ ଯୋଗ୍ୟ ଚାଷୀ ଧାନ କ୍ରୟ କରିବାର ସୁଯୋଗରୁ ବଞ୍ଚିତ ହୋଇଥିବାର ସଭ୍ୟମାନଙ୍କର ଦୃଷ୍ଟିଗୋଚର ହୋଇଥାଏ, ମୁଁ ଅନୁରୋଧ କରିବି ତା’ର ତାଲିକା ଆମକୁ ଜଣାଇବେ । ସେ ବାବଦରେ ତଦନ୍ତ କରି ଉପଯୁକ୍ତ କ୍ଷେତ୍ରରେ ଧାନ ଉଠାଣ କରାଯିବ । ଖରିଫ ଧାନ କ୍ରୟ କାର୍ଯ୍ୟକୁ ସୁଚାରୂ ରୂପେ ସଂପାଦନ କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ 

Related News