Top Stories

Search here...

News

ଇତିହାସ ରଚିଲେ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନା 

Posted On - 2 weeks ago
Edited By Prabir Kumar
LAST UPDATED Oct 21, 2021 07:22 AM

ପିଙ୍କ ବଲ୍ ଟେଷ୍ଟ ମ୍ୟାଚରେ ମନ୍ଧାନା ଶତକୀୟ ଇନିଂସ୍ ଖେଳି ନିଜ ନାଁରେ ରେକର୍ଡ କରିଛନ୍ତି।

 

BBSR Reporters

 

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର ଓପ୍ନର ସ୍ମୃତି ମନ୍ଧାନା ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚରେ ମନ୍ଧାନା ଶତକୀୟ ଇନିଂସ୍ ଖେଳି ନିଜ ନାଁରେ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା ପିଙ୍କ ବଲ୍ ଟେଷ୍ଟର ଦ୍ୱିତୀୟ ଦିବସରେ ଏଲିସ୍ ପେରୀଙ୍କ ବଲରେ ଚୌକା ମାରି ମନ୍ଧାନା ନିଜର ଶତକ ପୂରଣ କରିଥିଲେ।

 

 

୨୫ ବର୍ଷୀୟା ସୁନ୍ଦରୀ ମନ୍ଧାନା ସୀମିତ ଓଭର କ୍ରିକେଟର ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ସେ ୬୨ ଦିନିକିଆ ଖେଳି ୪୨ ହାରରେ ୪ ଶତକ ଓ ୧୯ ଅର୍ଦ୍ଧଶତକ ସହ ୨୩୭୭ ରନ୍ କରିଛନ୍ତି। ସେହିପରି ଟି-୨୦ରେ ସେ ୮୧ ମ୍ୟାଚରେ ୧୯୦୧ ରନ୍ କରିଛନ୍ତି, ଯେଉଁଥିରେ ୧୩ ଅର୍ଦ୍ଧଶତକ ରହିଛି।

 

 

ମନ୍ଧାନା ଦ୍ୱିତୀୟ ଭାରତୀୟ (ଉଭୟ ପୁରୁଷ ଓ ମହିଳା) ଭାବେ ପିଙ୍କ ବଲରେ ଶତକ ମାରିବାର କୀର୍ତ୍ତିମାନ କରିଛନ୍ତି। ତାଙ୍କ ପୂର୍ବରୁ ପୁରୁଷ ଟିମର କ୍ୟାପଟେନ୍ ବିରାଟ୍ କୋହଲି ପିଙ୍କ ବଲରେ ଶତକ ମାରିଥିଲେ। କୋହଲି ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ଶତକ ହାସଲ କରିଥିଲେ।

 

 

ଏଥିପାଇଁ ସେ ୧୭୦ ବଲରେ ସହାୟତା ନେଇଥିଲେ। ତେବେ ଶତକ ମାରିବା ପରେ ସେ ନିଜ ସ୍କୋରକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ୧୨୭ ରନ୍ କରିଥିବା ବେଳେ ଆଶେଲ ଗାର୍ଡନରଙ୍କ ବଲରେ ଆଉଟ୍ ହୋଇଥିଲେ। ମନ୍ଧାନା ନିଜ ଇନିଂସରେ ୨୧୬ ବଲ୍ ଖେଳି ୨୨ ଚୌକା ଓ ୧ ଛକା ମାରିଛନ୍ତି।

Related News