Top Stories

Search here...

News

ବିଶ୍ୱରେ କାୟା ବିସ୍ତାର କରୁଛି ଭାରତୀୟ ଡେଲ୍ଟା ଭାରିଆଣ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Posted On - 1 month ago
Edited By Team BbsrReporters
LAST UPDATED Aug 02, 2021 08:05 AM

ଅନ୍ୟ ଭାରିଆଣ୍ଟ୍ ତୁଳନାରେ ଡେଲ୍ଟା ଭାରିଆଣ୍ଟ୍ର ସଂକ୍ରମଣ କ୍ଷମତା କ୍ଷିପ୍ର ହୋଇଥିବାରୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏହାର କବଳରେ ପଡିବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକ କହିଛନ୍ତି ।

 

BBSR Reporters


ଜେନିଭା: ଭାରତରେ ପ୍ରଥମ ଚିହ୍ନଟ ହୋଇଥିବା କୋଭିଡ୍-୧୯ର ଡେଲ୍ଟା ଭାରିଆଣ୍ଟ୍ ବର୍ତ୍ତମାନ ବିଶ୍ୱରେ କାୟା ବିସ୍ତାର କରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ଏହି ଭାରିଆଣ୍ଟ ଯୋଗୁଁ ବ୍ରିଟେନରେ ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ସେ କହିଛନ୍ତି ।

 

 ବର୍ତ୍ତମାନ ବିଭିନ୍ନ ଦେଶରେ କୋଭିଡ୍ ଟିକାର ପ୍ରସ୍ତୁତି ସତ୍ତ୍ୱେ ଡେଲ୍ଟା ଭାରିଆଣ୍ଟ୍ ବେଶ କିଛି ସମୟ ପାଇଁ ତାହାର ପ୍ରକୋପ ବଜାୟ ରଖିବ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟ ଭାରିଆଣ୍ଟ୍ ତୁଳନାରେ ଡେଲ୍ଟା ଭାରିଆଣ୍ଟ୍ର ସଂକ୍ରମଣ କ୍ଷମତା କ୍ଷିପ୍ର ହୋଇଥିବାରୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏହାର କବଳରେ ପଡିବାର ଆଶଙ୍କା ରହିଛି ବୋଲି ସୌମ୍ୟା କହିଛନ୍ତି ।

 

ଡେଲ୍ଟା ଭାରିଆଣ୍ଟ୍ର ମୁକାବିଲା ପାଇଁ ଜର୍ମାନୀ ପକ୍ଷରୁ କିୟୋରଭାକ୍ ନାମକ ଟିକା ପ୍ରସ୍ତୁତ କରାଯାଇଥିବାବେଳେ ଏହାର ସଫଳତା ହାର (ମାତ୍ର ୪୭%)କୁ ନେଇ ‘ହୁ’ ଉଦ୍ବେଗ ପ୍ରକାଶ କରିଛି । ‘ହୁ’ ମାନଦଣ୍ଡ ଅନୁଯାୟୀ ଯେକୌଣସି କୋଭିଡ୍ ଟିକାର ସଫଳତା ହାର ୫୦ ପ୍ରତିଶତ କିମ୍ବା ଅଧିକ ହେଲେ ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ । କେତେକ କ୍ଷେତ୍ରରେ ନୂଆ କୋଭିଡ୍ ଟିକାର ମାନବ ପରୀକ୍ଷଣ ବିଫଳ ହେଉଥିବାବେଳେ ସଂପୃକ୍ତ କମ୍ପାନୀଗୁଡିକ ଏ ଦିଗରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହୁ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଫ୍ରିକା ମହାଦେଶରେ ଟିକାକରଣ ପ୍ରକ୍ରିୟା ସବୁଠାରୁ ଧିମା ଚାଲିଥିବାବେଳେ ଏଠାରେ ଡେଲ୍ଟା ଭାରିଆଣ୍ଟ୍ର ପ୍ରଭାବକୁ ନେଇ ହୁ ଚିନ୍ତାପ୍ରକଟ କରିଛି ।

Related News