Top Stories

Search here...

News

ଶେଷ ହେଲା ମାଲକାନଗିରିର ଗଣପର୍ବ ବଡ଼ଯାତ୍ରା;ହଟିଲା ନାଇଟ୍ କର୍ଫ୍ୟୁ

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 01:21 PM

ବଡ଼ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସମାଗମକୁ  ଦୃଷ୍ଟିରେ ରଖି ଗତ ୨୩ ତାରିଖ ରାତ୍ର ୯ରୁ ରାତ୍ର କର୍ଫ୍ୟୁ ଜାରି କରାଯାଇଥିବା ବେଳେ ତାହା ପ୍ରତ୍ୟାହାର କରାଯାଇଛି ।

 

BBSR Reporters


ମାଲକାନଗିରି‌: ମାଲକାନଗିରି ଜିଲ୍ଲାର ଗଣପର୍ବ ବଡ଼ଯାତ୍ରାର ଆଜି ଉଦ୍‌ଯାପିତ ହୋଇଯାଇଛି ।  ବଡ଼ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସମାଗମକୁ  ଦୃଷ୍ଟିରେ ରଖି ଗତ ୨୩ ତାରିଖ ରାତ୍ର ୯ରୁ ରାତ୍ର କର୍ଫ୍ୟୁ ଜାରି କରାଯାଇଥିବା ତାହା ପ୍ରତ୍ୟାହାର କରାଯାଇଛି ।  ଗତକାଲି ଶେଷ ଦିବସରେ ଠାକୁରଙ୍କ ଶେଷ ଅନ୍ନ ଭୋଗ ପରେ ଆଜି ମାନ୍ୟମକୋଣ୍ଡାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । 

 

ଗତ ୪ ଦିନ ଧରି ତିନି ଠାକୁର କାନାମରାଜ, ବାଲରାଜ, ପୋତରାଜ ଓ ଦେବୀ ମୁତ୍ୟଲୁଆମ୍ମାଙ୍କ ଦର୍ଶନ ପାଇଁ ଜିଲ୍ଲା ସହ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ରୁ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା । ଗତକାଲି ଶେଷ ଦିବସ ହୋଇଥିବାରୁ ଜିଲ୍ଲା ସଦର ମହକୁମାସ୍ଥିତ ମାଉଲି ମା’ଙ୍କ ମନ୍ଦିର ପରିସରରେ ଶହ ଶହ ଭକ୍ତ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । କୋଭିଡ୍ ନିୟମ ଅନୁଯାୟୀ ମାସ୍କ୍ ପରିଧାନ କରି ଭକ୍ତମାନେ ଧାଡ଼ିରେ ଠିଆ ହୋଇ ଠାକୁରଙ୍କ ଦର୍ଶନ କରିଥିଲେ । 

 

ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ର୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା, ଦେଶୀଆ ନାଟକ, ଡିଜେ ସେଟ, ମୀନାବଜାର, ଖାଦ୍ୟ ଦୋକାନ, ଖେଳଣା ଦୋକାନ ଓ ଅସ୍ଥାୟୀ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଥିଲା । ବିଭିନ୍ନ ସଂଗଠନ ଓ ପୁଲିସ ପକ୍ଷରୁ ଲୋକଙ୍କୁ ମାସ୍କ୍ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା । 

Related News
satta king tw