Top Stories

Search here...

News

କରୋନା ସଂକ୍ରମଣକୁ ନେଇ ଆସନ୍ତା ୩ମାସ ବେଶ୍ ଗୁରୁତ୍ୱପୂର୍ଣ୍ଣ

Posted On - 1 month ago
Edited By Team BbsrReporters
LAST UPDATED Oct 21, 2021 12:07 PM

ଆଗାମୀ ୩ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସଚେତନ ରହିବାର ଆବଶ୍ୟକତା ଅଛି ।

 

BBSR Reporters 

 

ଭୁବନେଶ୍ୱର: ଆସନ୍ତା ୩ମାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ଏଥିପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।  ଗତ ୩ଦିନ ଧରି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଛି।

 

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଏବେ ସ୍ଥିର ରହିଛି ବୋଲି  ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଆଗାମୀ ୩ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସଚେତନ ରହିବାର ଆବଶ୍ୟକତା ଅଛି । କୋଭିଡ୍ ନିୟମ ମାନିବାକୁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି ।

 

ହସ୍ପିଟାଲରେ ଭର୍ତ୍ତି ମାମଲା ମଧ୍ୟ ହ୍ରାସ ପାଉଛି। ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମିଛି । ସେହି ହିସାବରେ  ମୃତ୍ୟୁ ସଂଖ୍ୟା ବି କମିଛି। ଏବେ ଦିନକୁ  ହାରାହାରି ୫୦୦ରୁ ୬୦୦ ମଧ୍ୟରେ ସଂକ୍ରମଣ ମାମଲା ରାଜ୍ୟରେ ଚିହ୍ନଟ ହେଉଥିବା ବେଳେ କଟକ ଓ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି।

 

ରାଜ୍ୟ ସରକାର ସମସ୍ତ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି। ନିଜ ପାଖ ସରକାରୀ ହସ୍ପିଟାଲରେ ଯେକେହି ନିଜର କୋଭିଡ୍ ପରୀକ୍ଷା  କରାଇପାରିବେ।

Related News