Top Stories
Search here...
News
କରୋନା ପାଇଁ ଅନିର୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ
Posted On - 1 week ago
ଫିଲ୍ମଟି ୨୦୨୦ରେ ରିଲିଜ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ଦୁଇ ଥର ଏହାର ରିଲିଜକୁ ସ୍ଥଗିତ ରଖାଗଲାଣି ।
BBSR Reporters
ବହୁ ପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ପୁଣି ଘୁଞ୍ଚିଲା । ଅକ୍ଷୟ କୁମାର ଅଭିନୀତ ଏହି ଚଳଚିତ୍ର ଏପ୍ରିଲ ୩୦ରେ ରିଲିଜ ହେବାକୁ ଥିବା ବଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଚଳଚ୍ଚିତ୍ରର ରିଲିଜ୍ ତାରିଖକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ଫିଲ୍ମ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି।
ଫିଲ୍ମର ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ ରବିବାର ଭେଟିଥିଲେ । ଏକ ବୈଠକରେ ବର୍ତ୍ତମାନର ପରିସ୍ଥିତି ଦେଖି ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଥିଲା । ପରେ ରୋହିତ୍ଙ୍କ ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାର ପ୍ରଶଂସା କରିଛନ୍ତି। ପୂର୍ବରୁ ଫିଲ୍ମର ଟ୍ରେଲରରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିଥିବା ବେଳେ ଟ୍ରେଲରକୁ ଦର୍ଶକ ମଧ୍ୟ ଭଲ ପ୍ରଶଂସା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହିଥିଲେ। ଏଥିରେ ଅକ୍ଷୟଙ୍କ ସହିତ କ୍ୟାଟ୍ରିନା କୈଫ୍, ‘ସିମ୍ବା’ ରଣବୀର ସିଂହ ଓ ‘ସିଙ୍ଘମ’ ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି । ୪ ମିନିଟର ଏହି ଟ୍ରେଲରରେ ଅକ୍ଷୟଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଫିଲ୍ମରେ ଅକ୍ଷୟଙ୍କ ଷ୍ଟଣ୍ଟ ରହିଥିଲା ବେଳେ ରଣବୀର ସିଂ ଓ ଅଜୟ ଦେବଗନଙ୍କ ବି ଜବରଦସ୍ତ ଏଣ୍ଟ୍ରି ରହିଛି।
ଚଳଚିତ୍ରରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦୀଙ୍କ ସହ ପୋଲିସର ସଂଘର୍ଷକୁ ଦେଖାଯାଇଛି। ଫିଲ୍ମରେ କ୍ୟାଟ୍ରିନାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ସିଙ୍ଘମ’ ଓ ‘ସିମ୍ବା’ ପରେ ରୋହିତ ଶେଟ୍ଟୀଙ୍କ ଏହା ତୃତୀୟ ଫିଲ୍ମ ଯାହା ପୋଲିସ ବିଭାଗକୁ ନେଇ ନିର୍ମାଣ ହୋଇଛି। ଫିଲ୍ମଟି ୨୦୨୦ରେ ରିଲିଜ ହେବାର ଥିଲା। କିନ୍ତୁ କରୋନା ଯୋଗୁଁ ଦୁଇ ଦୁଇ ଥର ଏହାର ରିଲିଜକୁ ସ୍ଥଗିତ କରାଯାଇଥିଲା। ଏବେ ପୁଣିଥିରେ ବି ଫିଲ୍ମ ରିଲିଜକୁ ସ୍ଥଗିତ ରଖାଯାଇଛି।