Top Stories

Search here...

News

ମମିତାଙ୍କ ପେନଡ୍ରାଇଭରେ ଅଛି ଗୋବିନ୍ଦଙ୍କ କଳାକାରନାନାର ରହସ୍ୟ!

Posted On - 1 month ago
Edited By Prabir Kumar
LAST UPDATED Nov 29, 2021 12:29 AM

ମମିତାଙ୍କ ପେନ ଡ୍ରାଇଭ ଏବଂ ଲାପଟପ ମିଳୁନଥିବା ବେଳେ ପେନଡ୍ରାଇଭ କଥା କେବଳ ମମିତା ହିଁ ଜାଣିଥିଲେ  । ସେ କେଉଁଠି ରଖିଛନ୍ତି ସେ ହିଁ କହିପାରିବେ ବୋଲି ପରିବାର ଲୋକେ କହିଛନ୍ତି ।

 

 

BBSR Reporters

 

 

ବଲାଙ୍ଗୀର: ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି ।  ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ହତ୍ୟାକାଣ୍ଡ କରିଥିବାର ସ୍ୱୀକାର କରିଛି । ଗୋବିନ୍ଦଙ୍କ  କାରରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା । କାରଣ କାରକୁ ଜବତ କରିବା ସମୟରେ ସେଥିରୁ ମିଳିଛି ପଟେ ପାଉଁଜି ଓ ପେଟ୍ରୋଲ କଣ୍ଟେନର। ହଳେ ପାଉଁଜିରୁ ଗୋଟିଏ ପାଉଁଜି ମମିତାଙ୍କ ମୃତଦେହ ନିକଟରୁ ଗତକାଲି ଜବତ ହୋଇଥିଲା । ଆଉ ଏହି ପାଉଁଜି ମମିତାଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ । ଆଉ ଆଜି କାର ଭିତରୁ ଆଉ ପଟେ ପାଉଁଜି ମିଳିଛି ।

 


ଏପରି ସ୍ଥଳେ ମମିତାଙ୍କୁ କାହିଁକି ହତ୍ୟା କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମମିତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ମମିତା ସ୍କୁଲରେ ଚାଲୁଥିବା ଅନୈତିକ କାର୍ଯ୍ୟକାଳପର ପ୍ରମାଣ ରଖିଥିଲେ । ଯେଉଁଥିପାଇଁ ପାଇଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମବିତା ପେନ ଡ୍ରାଇଭ  ଏସବୁ କଳା କାରନାମାର ପ୍ରମାଣ ରଖଥିଲେ ବୋଲି କୁହାଯାଉଛି । ଯାହାକୁ ସେ ଓ ଅନ୍ୟ ଜଣେ ମିଶି ବାହାରେ ପ୍ରଘଟ କରିବାର ଯୋଜନା କରିଥିଲେ  । ହେଲେ ତା ପୂର୍ବରୁ ହିଁ ମମିତାଙ୍କ ଖେଳ ଖତମ କରିଦେଲେ ଗୋବିନ୍ଦ । କିନ୍ତୁ ଏବେବି ପେନଡ୍ରାଇଭ କାହା ପାଖରେ ଅଛି ଜଣାପଡିନି  । 

 

 

ପରିବାର ଲୋକଙ୍କ କହିବାନୁସାରେ, ପେନଡ୍ରାଇଭ କଥା କେବଳ ମମିତା ହିଁ ଜାଣିଥିଲେ । ସେ କେଉଁଠି ରଖିଛନ୍ତି ସେ ହିଁ କହିପାରିବେ ବୋଲି କହୁଥିଲେ  । ଜଣେ ସାଙ୍ଗଙ୍କୁ ବି ସେହିଭଳି ମେସେଜ କରିଥିଲେ ବୋଲି କୁହାଯାଉଛି । ତେବେ ପେନଡ୍ରାଇଭରେ ଏମିତି କଣ ଥିଲା? ପେନଡ୍ରାଇଭରେ କାହାର ତଥ୍ୟ ସବୁ ଥିଲା? ଏମିତି କଣ ତଥ୍ୟ ଥିଲା ଯେ, ମମିତାଙ୍କୁ ମର୍ଡର କରାଯାଇ ପୋତାଯାଇଥିଲା ? ପୁଲିସ ଯଦି ପେନଡ୍ରାଇଭକୁ ବାହାର କରେ ତାହେଲେ ସବୁର ଗୁମର ଖୋଲିବ  । ତେବେ ପୁଲିସ ମମିତାଙ୍କର ଲାପଟପ ଜବତ କରି ଏବେ ତଦନ୍ତ କରୁଛି । କୁହାଯାଉଛି ଯେ ଲାପଟପରେ ଏମିତି କିଛି ଗୁମର ଥିଲା, ଯାହାକି ପୁଲିସ ପାଇଁ ବଳିଷ୍ଠ ପ୍ରମାଣ ସାବ୍ୟସ୍ତ ହୋଇଛି ।

 

 


ସେହିପରି କାର ଭିତରୁ ଜବତ ହୋଇଥିବା ପେଟ୍ରୋଲ କଣ୍ଟେନର ଦ୍ୱାରା ମମିତାଙ୍କୁ ହତ୍ୟା ପରେ ପୋଡିଦିଆଯାଇଥିବାର ସନେ୍ଦହ କରାଯାଉଛି  । ତେବେ ହତ୍ୟା କାଣ୍ଡର କାରଣ କଣ ସେ ଦିଗରେ ପୁଲିସ ଏବେ ତଦନ୍ତ କରୁଛି । ପୁଲିସ ଗୋବିନ୍ଦ ସାହୁଙ୍କ ଡ୍ରାଇଭର, ଜେସିବି ଅପରେଟର, ମୁନସୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଆଜି ଗୋବିନ୍ଦଙ୍କୁ କୋର୍ଟଚାଲାଣ କରିବ  । ଗୋବିନ୍ଦଙ୍କୁ ରିମାଣ୍ଡରେ ଆଣି ସିନ ରିକ୍ରିଏସନ କରିବା ପାଇଁ ଯୋଜନା କରୁଛି। 


ଗୋବିନ୍ଦ ଷଡଯନ୍ତ୍ର କରି ମମିତାଙ୍କୁ ସେ ଡାକିଥିଲେ  । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା । କାର ଭିତରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ଥିବାର ଜଣାପଡିଛି  । ହତ୍ୟା ପରେ ଏହାକୁ କେମିତି ଓ କେଉଁଠି ପୋତିବେ ସେନେଇ ସମସ୍ତ ଯୋଜନା ପୂର୍ବରୁ ଗୋବିନ୍ଦ କରିସାରିଥିଲେ । ଆଉ ୬ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ କହିଥିଲେ ଗୋବିନ୍ଦ  । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ  । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡାଯାଇଥିଲା  ।

 

ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଯଥେଷ୍ଟ ପରିମାଣରେ ଲୁଣ ଦିଆଯାଇଥିଲା  । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ହାତ ଥିବା ସନେ୍ଦହ କରାଯାଉଛି  । କିନ୍ତୁ ସେମାନଙ୍କୁୁ ଧରାଯିବ ନା ନାହିଁ ତାହା ପୋଲିସର ନିରପେକ୍ଷ ତଦନ୍ତ ଉପରେ ନିର୍ଭର କରୁଛି ।

Related News