Top Stories

Search here...

News

କେନ୍ଦ୍ରୀୟ ଅର୍ଥରେ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଉଛନ୍ତ ରାଜ୍ୟ ସରକାର: ବିଜେପି

Posted On - 1 month ago
Edited By Team BbsrReporters
LAST UPDATED Sep 16, 2021 09:04 PM

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜର କହି ପ୍ରଚାର କରି ଓଡିଶା ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ: ଟଙ୍କଧର ତ୍ରିପାଠୀ

 

BBSR Reporters


ଭୁବନେଶ୍ୱର:କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନଥିବାରୁ ବିଜେପି ପ୍ରଶ୍ନ ଉଠାଇଥିଲା । ଓଡିଶା ବାହରେ ରହୁଥିବା ଲକ୍ଷ ଲକ୍ଷ ଓଡିଆଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜେପି ବାରମ୍ବାର ଏହାକୁ ଲାଗୁ କରିବା ପାଇଁ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ଗତ କାଲି ବାଧ୍ୟ ବାଧ୍ୟକତାରେ ୱାନ୍ ନେସନ୍ ୱାନ୍ ରାସନ୍ ପ୍ରକଳ୍ପକୁ ଲାଗୁ କରିଛନ୍ତି । ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ଭିଟାମିନ୍ ଯୁକ୍ତ ଚାଉଳ ବଂଟନ କରି ପୁଣିଥରେ କେନ୍ଦ୍ରୀୟ ଅର୍ଥରେ ବାହା ବାହା ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ସଂପଦାକ ଶ୍ରୀ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । 

 

ସଂସଦରେ ଏକ ପ୍ରଶ୍ନର ଉତର ରଖି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ,  ୧୫ଟି ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟ ଜରିଆରେ କୂପୋଷଣ ଜନିତ ଜିଲ୍ଲାରେ ଭିଟାମିନ୍ ଯୁକ୍ତ ଚାଉଳ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ ସହାୟତାରେ ଯୋଗାଇ ଦିଆଯାଇଛି । ଗତକାଲି ତାକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ଗତକାଲି ମାଲକାନଗିରି ଜିଲ୍ଲାରେ ଆରମ୍ଭ କଲେ ଏବଂ ସେଥିପାଇଁ ଏହି ୧୫ଟି ରାଜ୍ୟରେ ଗୋଟିଏ ଗୋଟିଏ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିବା ପାଇଁ ୧୭୪.୬୪କୋଟି ଟଙ୍କା କେନ୍ଦ୍ରସରକାର ଅର୍ଥ ଦେଉଛନ୍ତି । କୂପୋଷଣ ଥିବା ଓଡିଶାର କୋମଳମତି ଶିଶୁ ମାନଙ୍କର ମାଆ ମାନଙ୍କ ପାଇଁ ଭିଟାମିନ୍ ଯୁକ୍ତ ଚାଉଳ କେନ୍ଦ୍ର ସରକାର ଯୋଗେଇ ଦେଇଛନ୍ତି ଯାହାକୁ କି ପାଇଲଟ ପ୍ରୋଜେକ୍ଟ ହିସାବରେ ମାଲକାନଗିରିକୁ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାର ଯୋଜନାକୁ ରାଜ୍ୟ ସରକାର ନିଜର କହି ପ୍ରଚାର କରି ଓଡିଶା ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । 


ଆଜି ବି ସବୁ ପଂଚାୟତ, ବ୍ଲକ, ମୁ୍ୟନିସିପାଲଟିରେ ହଜାର ହଜାର ଲୋକ ରାସନକାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ତାଙ୍କର ଯୋଗ୍ୟତା ଅଛି କିନ୍ତୁ ରାଜ୍ୟ ସରକାର ଚରମ ଅବହେଳା ପ୍ରଦର୍ଶନ କରି ସେମାନଙ୍କୁ ରାସନକାର୍ଡ ଓ ରାସନ ଯୋଗାଉନାହାଁନ୍ତି । ଓଡିଶାର ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣାରେ ରାସନ ଯୋଗାଉଥିବା ସମୟରେ ରାଜ୍ୟ ସରକାର ରାସନ ଲୋକଙ୍କ ପାଖରେ କାହିଁକି ପହଂଚାଉନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । 

 


ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି । ଓଡିଶାରେ ଯେଉଁ ଜନସାଧାରଣ ଓ ଗରିବ ଲୋକମାନେ ରାସନକାର୍ଡ ପାଇଁ ଆବେଦନ କରିଛନ୍ତି ତୁରନ୍ତ ତାକୁ ସର୍ଭେ କରାଯାଇ ହିତାଧିକାରୀ ମାନଙ୍କୁ ରାସନ୍କାର୍ଡ ଯୋଗାଇଦିଆଯାଉ । ଯାହାଫଳରେ କି ନରେନ୍ଦ୍ର ମୋଦୀ ଯେଉଁ ଗରିବ କଲ୍ୟାଣ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷାରେ ଯେଉଁ ରାସନ୍ ଯୋଗାଇଦେଉଛନ୍ତି ତାହା ସମସ୍ତଙ୍କୁ ମିଳିପାରିବ । ଏହା ସହ ୫ଲକ୍ଷ ୪୩ହଜାର ଭୂତ ରାସନକାର୍ଡଧାରୀଙ୍କ ରାସନ କିଏ ହଡପ କରୁଛି ରାଜ୍ୟ ସରକାର ତାହା ସ୍ପଷ୍ଟ କରିବାକୁ  ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।


 

Related News