Top Stories

Search here...

News

କଂଗ୍ରେସ ଆମକୁ କପି କରୁଛି ବୋଲି ଅଭିଯୋଗ ଆଣିଲା  ତୃଣମୂଳ କଂଗ୍ରେସ

Posted On - 1 month ago
Edited By Prabir Kumar
LAST UPDATED Dec 03, 2021 03:18 PM

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ ବୋଲି ପ୍ରିୟଙ୍କା ଗାନ୍ଧି ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗ କରିଛି।

 

BBSR Reporters

 


କୋଲକାତା: ତୃଣମୂଳ କଂଗ୍ରେସକୁ ନକଲ କରୁଛି କଂଗ୍ରେସ ବୋଲି  ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ ବୋଲି ପ୍ରିୟଙ୍କା ଗାନ୍ଧି ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗ କରିଛି।

 

 

ଟିଏମସି କହିଛି, ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ରାଜନୀତିରେ ଅଧିକ ମହିଳାଙ୍କ ଅଂଶଗ୍ରହଣକୁ ବାଟ ଦେଖାଇଛି। ଆମ ଦଳ ପ୍ରଥମ କରି ଲୋକସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ସିଟ୍‌ରେ ପ୍ରାର୍ଥୀ କରିଥିଲା। ଏବେ କଂଗ୍ରେସ ଏହାକୁ ଅନୁକରଣ କରିଛି। ତେବେ ଦଳ ଯଦି ସତରେ ମହିଳାଙ୍କୁ ଏତେ ଗୁରୁତ୍ୱ ଦିଏ, ତା’ହେଲେ ଉତ୍ତର ପ୍ରଦେଶ ସହିତ ଅନ୍ୟ ସବୁ ରାଜ୍ୟରେ ମଧ୍ୟରେ ୪୦ ପ୍ରତିଶତ ଆସନରେ ସେମାନଙ୍କୁ ପ୍ରାର୍ଥୀ କରାଉ ବୋଲି ଟିଏମସି କହିଛି ।

 


 ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ଘୋଷଣା କରିଥିଲେ ଯେ ୨୦୨୨ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ତା’ର ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ।  ତେବେ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ ନା ନାହିଁ, ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି।

Related News