Top Stories

Search here...

News

ପୁଣି ଭାରତରୁ କୋଭିଡ ଟିକା ସହଯୋଗୀ ଦେଶମାନଙ୍କୁ ପଠାଯିବ 

Posted On - 1 month ago
Edited By Team BbsrReporters
LAST UPDATED Oct 22, 2021 12:32 AM

ପଡୋଶୀ ସହଯୋଗୀ ଦେଶମାନଙ୍କୁ ଭାରତ ଆସନ୍ତା ୩ ମାସ ମଧ୍ୟରେ କୋଭିଡ ଟିକା ପଠାଯିବ l

 

BBSR Reporters

 

ନୂଆଦିଲ୍ଲୀ: ଟିକା ନିର୍ମାଣରେ ବିଶ୍ୱର ସବୁଠୁ ବଡ ନିର୍ମାତା ଭାରତ l ପୁଣି ପଡୋଶୀ ଦେଶକୁ ପ୍ରାଥମିକତା ଭାରତ ଆସନ୍ତା ୩ ମାସ ମଧ୍ୟରେ କୋଭିଡ ଟିକା ପଠାଯିବା ସହ  ଭାରତ ଟିକା ରପ୍ତାନି ଆରମ୍ଭ କରିବ ବୋଲି ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି। ଏପ୍ରିଲରେ କୋଭିଡ ଟିକା ରପ୍ତାନି ବନ୍ଦ କରାଯାଇଥିଲା  l ଟିକା ସଂକଟକୁ ନେଇ କିଛି ରାଜ୍ୟ ସରକାର ଓ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିବା ପରେ ଟିକା ରପ୍ତାନି ବନ୍ଦ ରହିଥିଲା |

 

ଭାରତରେ ଥିବା ଲୋକମାନଙ୍କୁ କିଭଳି ଟିକା ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା ଆଉ ଭାରତରେ ଉତ୍ପାଦିତ ହେଉଥିବା ଟିକା କେବଳ ଦେଶର ନାଗରିକଙ୍କୁ ଦିଆଯାଉଥିଲା

 

 

ଦେଶପାଇଁ ଯେତିକି ଟିକା ଆବଶ୍ୟକ ତାହାକୁ ଛାଡି କେବଳ ଅତିରିକ୍ତ ଟିକା ହିଁ ରପ୍ତାନି ହେବ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମେ ପଡୋଶୀ ଦେଶଙ୍କୁ ଟିକା ରପ୍ତାନି କରାଯିବ | ସୂଚନା ଥାଉ କି ଟିକା ରପ୍ତାନି ବନ୍ଦ ହେବା ପୂର୍ବରୁ ଭାରତ ପ୍ରାୟ ୧୦୦ ଟି ଦେଶକୁ ୬୬ ନିୟୁତ ଡୋଜ ଟିକା ଦାନ ସୂତ୍ରରେ ଦେଇଥିଲା ଓ କିଛିଙ୍କୁ ବିକ୍ରି କରିଥିଲା ବର୍ତ୍ତମାନ ମାସିକ ଟିକା ଉତ୍ପାଦନ ଦ୍ୱିଗୁଣିତ ହୋଇଛି ଏବଂ ଆସନ୍ତା ମାସରେ ଏହା ୩୦୦ ମିଲିୟନରୁ ଅଧିକ ଡୋଜରେ ପହଞ୍ଚିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି |

 

Related News