Top Stories

Search here...

News

ଭାରତରେ ଦେଖାଦେଇଥିବା କରୋନାର ନୂଆ ମ୍ୟୁଟାଣ୍ଟକୁ ନେଇ ଏପରି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Posted On - 1 month ago
Edited By Team BbsrReporters
LAST UPDATED Jun 23, 2021 04:29 PM

ଟିକାକରଣକୁ ଜୋରଦାର କରିପାରିଲେ ଏହି ଭୂତାଣୁର ପ୍ରଭାବ ବିଶ୍ୱରେ କମାଯାଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଣ୍ଟ  ଏବେ ଦୃତ ଗତିରେ ବ୍ୟାପିବାରେ ଲାଗିଛି । ଯାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି  । ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି ବୋଲି ପ୍ରକାଶ କହିଛିି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) । ଏକ ସାମ୍ବାଦିକ ସମ୍ମିଳନୀ କରି ‘ହୁ’ କହିଛି ଯେ, ଭାରତରେ ଦେଖା ଦେଇଥିବା କରୋନାର ନୂଆ ରୂପ- ବି.୧. ୬୧୭ ଗତବର୍ଷ ଅକ୍ଟୋବର ବେଳକୁ ଚିହ୍ନଟ ହୋଇଥିଲା  ।ତେବେ ରୂପ ବଦଳାଇବା ପରେ ମୂଳ ଭୂତାଣୁ ଅପେକ୍ଷା ଏହା ଅଧିକ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି  ।

 


ହୁ କହିଛି ନିଜକୁ ସୁରକ୍ଷା ଦେବା ପାଇଁ ଏହି ନୂଆ ପ୍ରକାର ଭୂତାଣୁ ଅନେକ ବିକଶିତ ହୋଇସାରିଛି  । ତେଣୁ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  । ତେବେ ‘ହୁ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଭାରତରେ ଦେଖାଦେଇଥିବା ମ୍ୟୁଟାଣ୍ଟ ବିରୋଧରେ ସମସ୍ତ କରୋନା ଟିକା ପ୍ରଭାବୀ ହୋଇପାରିବ  । ତେଣୁ ଟିକାକରଣକୁ ଜୋରଦାର କରିପାରିଲେ ଏହି ଭୂତାଣୁର ପ୍ରଭାବ ବିଶ୍ୱରେ କମାଯାଇ ପାରିବ  ।
 

Related News