Top Stories

Search here...

News

ରାଜଧାନୀରେ ୪୨୧ ଡେଙ୍ଗୀ ରୋଗୀ

Posted On - 1 month ago
Edited By Team BbsrReporters
LAST UPDATED Sep 18, 2021 06:48 PM

ତେବେ ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ରାଜଧାନୀରେ ମୋଟ ୪୯୦୧ ପରିବାରର ମୋଟ ୨୦, ୩୫୦ ଜଣ ରୋଗୀଙ୍କ ନମୂନା ପରୀକ୍ଷା କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆତଙ୍କ ବଢିବାରେ ଲାଗିଛି । ବିଗତ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ୪୦୦ ପାର କରିଛି । ଆଜି ଆଉ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪୨୧ରେ ପହଞ୍ଚିଛି । ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ରାଜଧାନୀରେ ମୋଟ ୪୯୦୧ ପରିବାରର ମୋଟ ୨୦, ୩୫୦ ଜଣ ରୋଗୀଙ୍କ ନମୂନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ମୋଟ ୪୬୯ ଜଣଙ୍କ ନମୂନାରେ ଲାଭା ଥିବା ଜଣାପଡିଛି । ଆଗାମୀ ଦିନରେ ଅନ୍ୟ ସବୁ ଅଞ୍ଚଳରେ ପରୀକ୍ଷା କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।

 

ଓଡ଼ିଶାର ୯୦ ଭାଗ ଡେଙ୍ଗୁ ରୋଗୀ ରାଜଧାନୀରୁ ଚିହ୍ନଟ ହୋଇଛନ୍ତିି ।  ଗୋଟିଏ ପଟେ ରାଜଧାନୀରେ ଦୈନିକ କୋଭିଡ୍‌ ସଂକ୍ରମଣ ଆଖିଦୃଶିଆ ଭାବେ କମୁନଥିବା ବେଳେ ବିଏମ୍‌ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ। ରାଜଧାନୀର ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୱାର୍ଡ଼ ନମ୍ବର ୭, ୧୪,୧୭ ଓ ୪୨ରେ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକା ରହିଛି। ଦିନକୁ ୧୫ରୁ ୨୦ଟି ଡେଙ୍ଗୁ ମାମଲା ସାମ୍ନାକୁ ଆସୁଛି। ତେବେ ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Related News