Top Stories

Search here...

News

ଆସିଲା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ 

Posted On - 1 month ago
Edited By Team BbsrReporters
LAST UPDATED Aug 04, 2021 11:35 AM

ଗତ ଜାନୁଆରି ମାସରେ ଭାରତ ସରକାର କୋଭାକ୍ସିନକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଦେଶର ଟିକାର ବ୍ୟବହାର ଆରମ୍ଭ ହୋଇଥିଲା  ।

 

BBSR Reporters

 

ନୂଆଦିଲ୍ଲୀ : ଭାରତର ସ୍ୱଦେଶୀ ଟିକା କୋଭାକ୍ସିନର ପ୍ରତିହତ କ୍ଷମତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ  ଉତ୍ପାଦନ କରୁଥିବା କମ୍ପାନି ଭାରତ ବାୟୋଟେକ ଏହି ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରିଛି  । ଡିସିଜିଆଇଙ୍କ ସମୀକ୍ଷା ପରେ ଏହା ପ୍ରକାଶିତ ହେବ ବୋଲି ସୂଚନା ମିଳିଛି ।

 

ସୂଚନା ମୁତାବକ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିବାରେ ବିଳମ୍ବ କରିଥିବାରୁ କମ୍ପାନି ବିଗତ କିଛି ମାସ ଧରି ଚାପରେ ଥିଲା  । ଗତ ୧୧ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ୭ରୁ ୮ ଦିନ ମଧ୍ୟରେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ପ୍ରକାଶ ପାଇବ  । କମ୍ପାନି ପକ୍ଷରୁ ଗତ ସପ୍ତାହାନ୍ତରେ ୩ୟ ପର୍ୟ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଥିଲା  । 

 

ଗତ ଜାନୁଆରି ମାସରେ ଭାରତ ସରକାର କୋଭାକ୍ସିନକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଦେଶର ଟିକାକରଣରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା  । ତେବେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ  । କୋଭିସିଲଡତ ଟିକା କୋଭାକ୍ସିନ ଠାରୁ ଅଧିକ ପ୍ରତିହତ କ୍ଷମତା ରଖିଥିବା କୁହାଯାଇଥିଲା । ଯାହାକୁୁ କମ୍ପାନୀ ପକ୍ଷରୁ ବିରୋଧ କରାଯାଇଥିଲା । 
 

Related News